ପାକକୁ ବୋକା ବନାଇଥିଲା ସେନା : ଭ୍ରମରେ ପକାଇଥିଲା ଡମି ଏୟାର କ୍ରାଫ

 ନୂଆଦିଲ୍ଲୀ:  ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଭାରତୀୟ ସେନା ସୁଚିନ୍ତିତ ରଣନୀତି କରିଥିଲା  । ପ୍ରଥମେ ଡମି ଏୟାରକ୍ରାଫ୍ଟ ଛାଡ଼ି ଭାରତ ଯୁଦ୍ଧର ଭ୍ରମ ସୃଷ୍ଟି କରିଥିଲା  । ଡମି ଏୟାରକ୍ରାଫ୍ଟ ପାକିସ୍ତାନ ଏୟାର ଫୋର୍ସର ରାଡ଼ାରକୁ ସକ୍ରିୟ କରିଦେଇଥିଲା  । ଫଳରେ କେଉଁ କେଉଁ ସ୍ଥାନରେ ପାକର ରାଡ଼ାର ଅଛି ତାହା ଭାରତୀୟ ସେନା ଜାଣିପାରିଥିଲା  । ତାହାକୁ ଅନୁଶୀଳନ କରି ଅସଲି ଷ୍ଟ୍ରାଇକ୍ ପାଇଁ ଭାରତ ଯୋଜନା କରି ସଫଳ ହୋଇଥିଲା  । ଖାଲି ସେତିକିନୁହେଁ କମ୍ ସମୟର ଲଢ଼େଇରେ ପାକର ୬ ଶହ ଡ୍ରୋନ ବି ଭାରତ ଧ୍ୱଂସ କରିବାରେ ସମର୍ଥ ହୋଇଛି  । ଅପରପକ୍ଷରେ ଭାରତୀୟ ସେନାକୁ ମଜବୁତ୍ କରିବା ପାଇଁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର କିଣାଯିବ  । ଏଥିପାଇଁ ଡିଫେନ୍ସ ଆକୁ୍ୟଜେସନ କାଉନସିଲ୍ (ଡିଏସି) ଅସ୍ତ୍ରଶସ୍ତ୍ର କ୍ରୟ ନିମନ୍ତେ ୪୦ ହଜାର କୋଟି ଟଙ୍କା ମଞ୍ଜୁର କରିଛି  ।
ରିପୋର୍ଟ ଅନୁଯାୟୀ, ମେ’ ୯ ଓ ମେ’ ୧୦ରେ ଭାରତୀୟ ବାୟୁ ସେନା ପାକିସ୍ତାନର ୧୨ ଏୟାର ବେସ୍ ମଧ୍ୟରୁ ୧୧ଟିକୁ ଆକ୍ରମଣ କରିଥିଲା  । ଏହି ଆକ୍ରମଣରେ ପାକର ଏୟାର ବେସ ବହୁ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି  । ଆକ୍ରମଣକୁ ନେଇ ଅନେକ ରୋଚକ ତଥ୍ୟ ଧିରେଧିରେ ସାମ୍ନାକୁ ଆସିବାରେ ଲାଗିଛି  । ପ୍ରକାଶିତ ଖବର ଅନୁଯାୟୀ, ଭାରତ ପ୍ରଥମେ ପାଇଲଟ ବିହୀନ ଡମି ଏୟାରକ୍ରାଫ୍ଟ ଛାଡ଼ିଥିଲା  । ଯାହାକି ଅବିକଳ ଯୁଦ୍ଧ ବିମାନ ଭଳି ପ୍ରତୀୟମାନ ହୋଇଥାଏ  । ଏହାକୁ ଦେଖି ପାକ୍ ଏୟାର ଫୋର୍ସର ରାଡ଼ାର ସକ୍ରିୟ ହୋଇଯାଇଥିଲା  । ପାଲଟା ଆକ୍ରମଣରେ ଡମି ଏୟାର କ୍ରାଫ୍ଟ ବି ଉଡ଼ାଇ ଦେଇଥିଲା  । ଏହା ପରେପରେ ଭାରତ ଇସ୍ରାଏଲର ହାରୋପସ ଜରିଆରେ ପାକିସ୍ତାନର ଏୟାର ଡିଫେନ୍ସ ରାଡ଼ାର ଉପରେ ଆକ୍ରମଣ କରି ତାକୁ ନଷ୍ଟ କରିଦେଇଥିଲା  । ପାକିସ୍ତାନର ଅନ୍ୟ ରାଡ଼ାରଗୁଡ଼ିକ ମଧ୍ୟ ସକ୍ରିୟ ହୋଇଯାଇଥିଲା  । ଫଳରେ ଭାରତ ବ୍ରହ୍ମୋସ୍ ମିସାଇଲ୍ ଜରିଆରେ ଆକ୍ରମଣ କରିଥିଲା  । ଭାରତ ପ୍ରାୟ ୧୫ଟି ବ୍ରହ୍ମୋସ ମିସାଇଲ୍ ମାଡ଼ କରିଥିଲା  । ଏହାଛଡ଼ା ସ୍କାଲପ, ରାମ୍ପେଞ୍ଜ ଓ କ୍ରିଷ୍ଟାଲ ମେଜ ବି ବ୍ୟବହାର କରାଇଥିଲା  । ପ୍ରଥମ ଥର ପାଇଁ ଭାରତ ଆକ୍ରମଣ ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବ୍ୟବହାର କରିତôଲା  । ଏହା ଏତେ ପ୍ରଭାବଶାଳୀ ଥିଲାଯେ, ପାକିସ୍ତାନ ଏୟାର ଫୋର୍ସ ବାଧ୍ୟହୋଇ ଏହାର ଏୟାର କ୍ରାଫ୍ଟଗୁଡ଼ିକୁ ଅନ୍ୟ ବେସଗୁଡ଼ିକୁ ପଠାଇଥିଲା  । ସିନ୍ଧ ରାଜ୍ୟରେ ହୋଇଥିବା ଆଇଏଏଫର ଆକ୍ରମଣରେ ପାକିସ୍ତାନର ଅନେକ ଡ୍ରୋନ, ସତର୍କ ସୂଚନା ଓ କଂଟ୍ରୋଲ ରୁମ୍ କ୍ଷତିଗ୍ରସ୍ତ ହୋଇଛି  । ଯେଉଁଥିପାଇଁ ଭୟଭୀତ ହୋଇ ପାକିସ୍ତାନ ଯୁଦ୍ଧବିରତି ପାଇଁ ଡିଜିଏମଓଙ୍କୁ ନିବେଦନ କରିଥିଲା  ।  ଭାରତ-ପାକ୍ ଲଢ଼େଇ ବେଳେ ପାକିସ୍ତାନ ପକ୍ଷରୁ ଶହ ଶହ ଡ୍ରୋନ ଜରିଆରେ ସୀମାନ୍ତରେ ଆକ୍ରମଣ କରିବାକୁ ଯୋଜନା କରିଥିଲା  । ତେବେ ପାକର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ପକ୍ଷରୁ ଏଲଓସିରେ ୧ ହଜାର ଆଣ୍ଟି ଏୟାରକ୍ରାଫ୍ଟ ଗନ ରଖାଯାଇଥିଲା  । ଏହାଛଡ଼ା ଭୂମିରୁ ଆକାଶକୁ ଯାଉଥିବା ୭୫୦ଟି ସର୍ଟ ରେଞ୍ଜ ମିଶାଇଲ ବି ରହିଥିଲା  । ଭାରତର ପ୍ରଭାବୀ ଆକ୍ରମଣରେ ପାକର ପ୍ରାୟ ୬ ଶହ ଡ୍ରୋନ୍ ଆକାଶରେ ହିଁ ଧ୍ୱଂସ ହୋଇଯାଇଥିଲା  । ଭାରତ-ପାକ୍ ଲଢ଼େଇ ବେଳେ ଭାରତ ଏଲ-୭୦ ଏୟାର ଡିଫେନ୍ସ ଗନ୍ ବ୍ୟବହାର କରିଥିଲା  । ୧୯୭୦ରେ ଏହା ସ୍ୱିଡ଼େନରୁ ଆସିଥିଲା  । ଏହା ପ୍ରତି ମିନିଟରେ ୩୦୦ ରାଉଣ୍ଡ ଫାୟାରିଂ କରିବାର କ୍ଷମତା ରଖିଛି  । ଭୂମିରୁ ପ୍ରାୟ ୩ରୁ ୪ କିଲୋମିଟର ଦୂରତାରେ ଏହା ଫାୟାରିଂ କରିପାରିବ  । ସେହିପରି ୧୯୮୦ ଦଶକରେ ଋଷରୁ ଆସିଥିବା ଜେଡ଼ୟୁ ୨୩ ଏମଏମ ଗନ ବି ବ୍ୟବହୃତ ହୋଇଥିଲା  । ଏହା ପ୍ରତି ମିନିଟ୍ ପିଛା ୩୨ ଶହରୁ ୪ ହଜାର ରାଉଣ୍ଡ ଫାୟାରିଂ କରିପାରିବ  । ଆଗାମୀ ଦିନରେ ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ଭାରତ ବହୁ ଅସ୍ତ୍ରଶସ୍ତ୍ର କ୍ରୟ କରିବାକୁ ଯାଉଛି  । ଆଜି ବରିଷ୍ଠ ସେନା ଅଧିକାରୀଙ୍କ ଉପସ୍ଥିତିରେ ଡିଏସି ବୈଠକ ହୋଇଥିଲା  । ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୪୦ ହଜାର କୋଟି ମଞ୍ଜୁର କରାଯାଇଛି  । ବିଶେଷକରି ସେନା ଏହି ଅର୍ଥରେ ସର୍ଭେଲାନ୍ସ ଓ କାମିକାଜେ ଡ୍ରୋନ୍, ଲଙ୍ଗ ରେଞ୍ଜ ଲଏଟେରିଂ ମୁନିସନସ ଆଦି କ୍ରୟ କରାଯିବ ବୋଲି ଜଣାପଡ଼ିଛି  । ଗତ ୫ ବର୍ଷ ମଧ୍ୟରେ ପଞ୍ଚମ ଥର ପାଇଁ ଡିଏସି ନିଜର ଜରୁରୀକାଳୀନ କ୍ରୟ କ୍ଷମତାକୁ ପ୍ରୟୋଗ କରିଛି  ।