ନିଆଁରେ ଜଳିଗଲେ ୧୭, ଜାଣନ୍ତୁ କେଉଁଠି?

ନିଆଁରେ ଜଳିଗଲେ ୧୭, ଜାଣନ୍ତୁ କେଉଁଠି?

ହାଇଦ୍ରାବାଦ : ହାଇଦ୍ରାବାଦରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଜୀବନ୍ତ ଜଳିଗଲେ ୧୭ଜଣ । ଚାରମିନାର ନିକଟସ୍ଥ ଗୁଲଜାର ହାଉସରେ ନିଆଁ ଲାଗି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ବ୍ୟାପକ କ୍ଷତି ପହଞ୍ଚାଇଛି । ୧୭ଟି ନିରୀହ ଜୀବନ ଅକାରଣେ ଚାଲିଯାଇଛି । ଜିଅନ୍ତା ଜଳିଯାଇଛନ୍ତି ସତର ଜଣ ଲୋକେ । ଏହାଛଡା ୧୫ଜଣରୁ ଅଧିକ ଲୋକେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ରୂପ ନେଇଥିଲା ଯେ ଦୀର୍ଘ ସମୟରେ ନିଆଁକୁ ଆୟତ୍ତ କରିବା ସମ୍ଭବପର ହୋଇପାରିଲା ।