ମହାବିଷୁବ ସଂକ୍ରାନ୍ତି ପାଇଁ ଆନନ୍ଦପୁର ଉତ୍ସବ ମୁଖର

ଆନନ୍ଦପୁର: ମହା ବିଷୁବ ସଂକ୍ରାନ୍ତି ଓ ହନୁମାନଙ୍କ ଜୟନ୍ତୀ ପାଇଁ ଉସôବ ମୁଖରିତ ହୋଇପଡ଼ିଛି ଆନନ୍ଦପୁର । ପୌର ପରିଷଦର ସମସ୍ତ ସାଆନ୍ତାଣୀ ଶାଳ, ପଞ୍ଚମୁଖୀ ହନୁମାନ ମନ୍ଦିର ଏବଂ ୬ ନମ୍ବର ୱାର୍ଡରେ ଥିବା ଇଚ୍ଛାପୂର୍ଣ୍ଣ ଶନିଶ୍ଚର ମହାଦେବଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜା ବିଦ୍ଧି ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ଦେବତୀ ବ୍ରାହ୍ମଣୀଦେବୀଙ୍କ ନିକଟରେ ପୂଜା କାର୍ଯ୍ୟ ବେଶ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ପ୍ରଦୀପ ମୁଦୁଲିଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ମଧୁସୂଦନ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଢ଼ୀ ପୂଜକ ଭାବରେ ଯୋଗ ଦେଇଥିଲେ । ସେହିପରି ଯଜମାନ ଭାବେ ସନ୍ତୋଷ ପାତ୍ର, ସ୍ୱାଗତିକା ପାତ୍ର ପ୍ରଶାନ୍ତ ବେହେରା, ସୁନୀତା ବେହେରା ଏବଂ ଦିଲ୍ଲୀପ ସିଂ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । ସକାଳର ନିତ୍ୟ ପୂଜା ସମାପନ ପରେ ମା ବ୍ରାହ୍ମଣୀଦେବୀ ୭ ଘଟିକା ସମୟରେ ଭକ୍ତ ମାନଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ନିରାକାର ସାହୁ, କୁନୁରୁ ସିଂ, କୃଷ୍ଣ ବେହେରା, କୁନା ସାହୁ ଗଗନ ସାହୁ, ନାରାୟଣ ପ୍ରସାଦ ନାୟକଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ସେହିପରି୬ ନମ୍ବର ୱାର୍ଡ ରାଜପୁତ ସାହି ମଙ୍ଗଳା ଶାଳରେ ଉଦ୍ୟକ୍ତା ଶୁକ୍ଲାମ୍ବର ସିଂଙ୍କ ସଂଯୋଜନାରେ ମାଙ୍କ ସ୍ୱତନ୍ତ୍ର ପୂଜାର୍ଚନା କରାଯାଇଥିବା ବେଳେ ୭ ନମ୍ବର ୱାର୍ଡ ମାଳିସାହି ମା ମଙ୍ଗଳାଙ୍କ ଶାଳରେ ନିଲୁ ମହାନ୍ତି ଏବଂ ବାବୁଲି ମହାନ୍ତିଙ୍କ ସଂଯୋଜନାରେ କଳସ ସ୍ଥାପନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଲାୟନ ଗଣେଶ ସୋସିଆଲ ଡେଭଲପମେଣ୍ଟ ଅର୍ଗନାଇଜେସନ ପକ୍ଷରୁ ପୂଜା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଶତାଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ସୋନି ମହାନ୍ତି, ରାଜା ମହାନ୍ତି ଙ୍କ ସମେତ ବହୁ ଭକ୍ତ ସହଯୋଗ କରିଥିଲେ. ପ୍ରେସ ପରିଷଦ ସଭାପତି ନିରାକାର ଦଳେଇ,ସମ୍ପାଦକ ହରେକୃଷ୍ଣ ପାତ୍ର, ବରିଷ୍ଠ ସଦସ୍ୟ ଇଂ କିରନ ପାଢ଼ୀ, ଦୁଲାଲ ଦାସ, ସୁଧାଂଶୁ ମହାପାତ୍ରଙ୍କ ସମେତ ଶତାଧିକ ଭକ୍ତ ମଙ୍ଗଳା ମାଙ୍କ ଦର୍ଶନ କରି କୃପାଭିକ୍ଷା ଲାଭ କରିଥିଲେ । ସେହିପରି ଇଚ୍ଛାପୂର୍ଣ୍ଣ ଶନିଶ୍ଚର ମହାରାଜଙ୍କ ମନ୍ଦିରରେ ପୂଜକ ଗୌରଚନ୍ଦ୍ର ମିଶ୍ର ଏବଂ ମନରଞ୍ଜନ ପାଢ଼ୀଙ୍କ ଦ୍ୱାରା ପଣା ଏବଂ ଛତୁଆ ଭୋଗ ଲାଗି କରାଯାଇଥିଲା ।