କର୍ମଚାରୀଙ୍କୁ ଅବସର ସମ୍ବର୍ଦ୍ଧନା

ଯାଜପୁର ଟାଉନ : ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅବସର ନେଇଥିବା ବରିଷ୍ଠ ରାଜସ୍ୱ ସହାୟକ ସୁକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିିତ କରଯାଇଛି । ସରକାରୀ ଚାକିରିରୁ ଅବସର ନେଇଥିବା ଉପଲକ୍ଷେ ସହକାରୀ ଜିଲ୍ଲାପାଳ ନିବେଦିତା ପ୍ରଧାନ, ସହକାରୀ ଜିଲ୍ଲାପାଳ ବାସୁଦେବ ନାୟକ, ବିଭାଗୀୟ ଅଧିକାରୀ ସୁଧାକର ପ୍ରଧାନ, ଲକ୍ଷ୍ମୀଧର ସଏ, ବରିଷ୍ଠ ରାଜସ୍ୱ ସହାୟକ ଅଶୋକ ମିଶ୍ର, ଅତିଶ ପରିଡ଼ା, ମାନସୀ ସାହୁ, ମିନତୀ ସ୍ୱାଇଁ ଓ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ତାଙ୍କୁ  ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ତାଙ୍କର ସୁଖ, ସମୃଦ୍ଧି, ସୁସ୍ଥ ଓ ନିରାମୟ ଜୀବନଯାପନ କାମନା କରିଥିଲେ ।