ନାବାଳକ ହତ୍ୟା ଘଟଣା : ଅଭିଯୁକ୍ତ ନିଦେ୍ର୍ଦାଶରେ ଖଲାସ
ଯାଜପୁର ଟାଉନ : ନାବାଳକକୁ ହତ୍ୟା କରିଥିବା ଅଭିଯୋଗରେ ଦୀର୍ଘ ୪ ବର୍ଷ ହେବ ଜେଲରେ ଥିବା ଅଭିଯୁକ୍ତ କୋର୍ଟରେ ପ୍ରମାଣ ଅଭାବରୁ ନିଦେ୍ର୍ଦାଶରେ ଖଲାସ ହୋଇଯାଇଛି । କୋରେଇ ଥାନା ମୁକୁନ୍ଦପୁର ଗ୍ରାମର ବାସୁଦେବ ଦାସଙ୍କ ନାବାଳକ ପୁଅ ୨୦୨୧ ମସିହା ଜୁଲାଇ ମାସ ୨ ତାରିଖରେ ନିଖୋଜ ହୋଇଯାଇଥିଲା । ପୁଅକୁ ହଳଦିଆ ଟ୍ରାକ୍ଟରରେ ନେଇ ଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସେହି ଗ୍ରାମର ବୁଦ୍ଧିରାମ ଖଟୁଆଙ୍କ ପୁଅ ହେମନ୍ତ ଖଟୁଆ ସଂପୃକ୍ତ ବୋଲି ଅଭିଯୋଗ ହୋଇଥିଲା । ହେମନ୍ତ ନାବାଳକକୁ ପ୍ରଲୋଭିତ କରି ଚକୋଲେଟ ଦେଇ ତାହା ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ମାରି ଏକ ପୋଖରୀରେ ପକାଇ ଦେଇଥିଲା । ଘଟଣାରେ କୋରେଇ ପୁଲିସ ୧୯୪/୨୧ ବିଭିନ୍ନ ଦଫାରେ ମାମଲା କରି ଅଭିଯୁକ୍ତ ହେମନ୍ତ ଖଟୁଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିଦିନ ଠାରୁ ହେମନ୍ତ ଜେଲରେ ରହି ଆସୁଥିବା ବେଳେ ଆଜି ଏହି ମାମଲାର ବିଚାର କରାଯାଇଥିଲା । ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରା ଜଜ୍ ତଥା ପୋକ୍ସୋ ଜଜ୍ ଅଭିଜିତ ପଲେଇ ପ୍ରମାଣ ଅଭାବରୁ ହେମନ୍ତ ଖଟୁଆକୁ ନିଦେ୍ର୍ଦାଶରେ ଖଲାସ କରିଛନ୍ତି । ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ପ୍ରବୀର କୁମାର ରାୟ ପରିଚାଳନା କରୁଥିଲେ ।