ନାବାଳିକାକୁ ଅସଦଆଚରଣ; ଯୁବକ କୋର୍ଟ ଚାଲାଣ

ଧର୍ମଶାଳା : ଏହି ଥାନା ଅଂଚଳରେ ଗତ ବର୍ଷ ଜଣେ ନାବାଳିକାକୁ ଅସଦଆଚରଣ କରିଥିବା ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ସୂଚନା ମୁତାବକ ଏହି ଥାନା ଅଂଚଳର ଜନୈକା ନାବାଳିକା ଗତ ବର୍ଷ ମେ ମାଷ ରାତିରେ ଘର ବାହାରକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ନୀଳକଂଠପୁର ଗ୍ରମର ଯୁଧିଷ୍ଠିର ବେହେରାଙ୍କ ପୁଅ ମୁନା ବେହେରା(୨୦)ତା ସହିତ ଅସଦ ଆଚରଣ କରିଥିବା ନାବାଳିକା ଜଣକ ତାର ପରିବାର ଲୋକଙ୍କୁ ଜଣାଇଥିଲା । ଏହା ଜାଣିବା ପରେ ପରିବାର ଲୋକେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଏନେଇ ଧର୍ମଶାଳା ପୁଲିସ ୪୧୦/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ହେଲେ ଅଭିଯୁକ୍ତ ମୁନା ଫେରାର ଥିବାରୁ ତାକୁ ଗିରଫ କରିପାରିନଥିଲା । ଏବେ ସେ ନିଜ ଗ୍ରାମକୁ ଆସିଥିବା ଖବର ପାଇ ଗତକାଲି ରାତିରେ ପୁଲିସ ତା ଘରେ ଚଢାଉ କରି ତାକୁ ଗିରଫ କରିଥିଲା ।