ପାଣ୍ଡିଆନଙ୍କ ଶଳା କହି ଠକିନେଲେ
pandian
।। ପ୍ରଭାନ୍ୟୁଜ ।। ଭୁବନେଶ୍ୱର :
ପାଣ୍ଡିଆନଙ୍କ ଶଳା ମୋର ଅତି ଘନିଷ୍ଠ । ଆପଣଙ୍କ ଚାକିରୀ ହେବା ନିଶ୍ଚିତ । ଏଥିପାଇଁ ଏତିକି ଟଙ୍କା ଦେବାକୁ ପଡ଼ିବ । ଚାକିରୀ ଲୋଭରେ ଅନେକ ଟଙ୍କା ଦେବାକୁ ବି ପଛାଇଲେ ନାହିଁ । ହେଲେ ଟଙ୍କା ନେବା ପରେ ଚାକିରୀ ମିଳିନଥିଲା । ଶେଷକୁ ଥାନାରେ ଏଫଆଇଆର ଦିଆଗଲା । ବିଜେଡ଼ିର ମାଥିଲି ଜୋନ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ମାମଲା ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ସେପଟେ ବିଜେଡ଼ି ତାଙ୍କୁ ଦଳରୁ ବହିଷ୍କାର କରିଦେଇଛି । ନିଜ ବାପ ଘର ଜଗତସିଂହପୁରରେ ସସ୍ମିତା ଲୁଚିଥିବା ନେଇ ପୁଲିସ ଖବର ପାଇଥିଲା । ପରେ ଚଢ଼ଉ କରି ତାଙ୍କୁ ଗିରଫ କରାଯାଇଛି । ୨୦୨୪ରେ ବିଜେଡ଼ି ହାରିବା ପରେ ଲୋକମାନେ ତାଙ୍କ ନାମରେ ଏଫଆଇଆର କରିଥିଲେ ।