ସାଂସଦଙ୍କ ପ୍ରତିନିଧି ହେଲେ ପାର୍ଥସାରଥି 

 ଦଶରଥପୁର: ଯାଜପୁର ସାଂସଦ ଡ.ରବିନ୍ଦ୍ର ନାରାୟଣ ବେହେରା ବିଶିଷ୍ଟ ଶିକ୍ଷାବିତ୍ ପାର୍ଥସାରଥି ମଲ୍ଲିକଙ୍କୁ ଦଶରଥପୁର ବ୍ଲକ୍ର ଶିକ୍ଷା ଓ ବିଭିନ୍ନ ଯୋଜନାର ପ୍ରତିନିଧିଭାବେ ନିଯୁକ୍ତ କରିଛନ୍ତି । ଏସଂକ୍ରାନ୍ତରେ ସାଂସଦ ଶ୍ରୀ ବେହେରା ବିଡ଼ିଓ ଓ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଅବଗତ କରିଛନ୍ତି । ଚମ୍ପେଇପାଳ ପଂଚାୟତସ୍ଥ ଓଡ଼େଇ ନୂଆଗାଁର ଶ୍ରୀଯୁକ୍ତ ମଲ୍ଲିକଙ୍କ ପରି ଜଣେ ଦକ୍ଷ ବ୍ୟକ୍ତିତ୍ୱଙ୍କୁ ସାଂସଦ ତାଙ୍କ ପ୍ରତିନିଧି ଭାବରେ ନିଯୁକ୍ତ କରିଥିବାରୁ ଦଶରଥପୁର ଅଂଚଳବାସୀ ଖୁସି ପ୍ରକାଶ କରିଛନ୍ତି ।