୧୧ରୁ ମା’ହିଙ୍ଗୁଳାଙ୍କ ଯଜ୍ଞ ଉତ୍ସବ
ପାଣିକୋଇଲି : ଚଳିତ ମାସ ୧୧ ତାରିଖରୁ ଶଙ୍ଖଚିଲା ମା’ ହିଙ୍ଗୁଳାଙ୍କ ଯଜ୍ଞ ଉସôବ ଆରମ୍ଭ ହେବ । ୧୧ ତାରିଖ ଦିନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ମାଙ୍କର ଶୁଭାଧିବାସ, ଧ୍ୱଜା ଉତୋଳନ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ । ପରେ ୩ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମଯଜ୍ଞ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ୧୯ ତାରିଖ ମାଙ୍କର ଘଟ କଳସ ଓ ଯଜ୍ଞଚରୁ ନିଆଯାଇ ପବିତ୍ର ବୈତରଣୀ ନଦୀର ଲିଙ୍ଗେଶ୍ୱର ଘାଟ ଠାରେ ବିସଜର୍୍ନ କରାଯିବ । ଯଜ୍ଞ ଉସôବ ନିମନ୍ତେ କମିଟିର ସମ୍ପାଦକ କୃଷ୍ନଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୈଳାସ ଚନ୍ଦ୍ର ସାହୁ, ପରମେଶ୍ୱର ମଲ୍ଲିକ, ରମେଶ ଚନ୍ଦ୍ର ସାହୁ, ଚକ୍ରଧର ସାହୁ, ଗଜେନ୍ଦ୍ର ମହାକୁଡ଼, ମନ୍ମଥ ଗେଡ଼ି, କୃଷ୍ଣ ଚନ୍ଦ୍ର ମଲ୍ଲିକ, ବଳରାମ ସାହୁ, ଶିବ ପ୍ରସାଦ ବେହେରା, ରବି ନାରାୟଣ ସାହୁ, ଅମୁଲ୍ୟ କୁମାର ସାହୁ, ରଘୁନାଥ ସାହୁ, ଅଶୋକ କୁମାର ନାୟକ, ମଣି ଚରଣ ପଣ୍ଡା, କାର୍ତିକ ଚନ୍ଦ୍ର ଗୁରୁ, ବିଷ୍ଣୁ ଚରଣ ସାହୁ, ବିମ୍ବାଧର ସାହୁ, ବିମଳେନ୍ଦୁ ସାହୁ, ପରିକ୍ଷୀତ ରାଉତ ପ୍ରମୂଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।