ବିଜେଡ଼ିକୁ ଝଟକା : ଦଳ ଛାଡ଼ିଲେ ପ୍ରୟାସକାନ୍ତି

payaskanti samal

ବିଜେଡ଼ିକୁ ଝଟକା : ଦଳ ଛାଡ଼ିଲେ ପ୍ରୟାସକାନ୍ତି

ଭୁବନେଶ୍ୱର : ବିଜୁ ଜନତା ଦଳକୁ ଆଉ ଏକ ଝଟକା ଲାଗିଛି  । ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି  । ବିଜେଡ଼ିରେ ଏବେ ସବୁ କିଛି ଠିକ୍‌ ଚାଲିନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତ୍ୟରେ ପରିଣତ ହୋଇଛି  ।

ବିଜୁବାବୁଙ୍କ ଅନୁଗତ ଭାବେ ଜଣାଶୁଣା ପ୍ରଫୁଲ୍ଳ ଦଳର ଜଣେ ଟାଣୁଆ ନେତା ଭାବେ ପରିଗଣିତ  । ବହୁବାର ସେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି  । ଭଦ୍ରକ ରାଜନୀତିକୁ ସେ ନିଜ ହାତମୁଠାରେ ରଖିଥିଲେ କହିଲେ ଭୁଲ୍‌ ହେବନାହିଁ  । କିନ୍ତୁ ଗତ ନିର୍ବାଚନରେ ତାଙ୍କୁ ଭଣ୍ଡାରୀପୋଖରୀ ବଦଳରେ ଭଦ୍ରକରୁ ଲଢ଼ିବାକୁ କୁହାଗଲା  । ଭଣ୍ଡାରୀପୋଖରୀରେ ସେ ବିଜେଡ଼ିକୁ ମଜବୁତ୍‌ କରିଥିଲେବି ବାଧ୍ୟରେ ଭଦ୍ରକରୁ ଲଢ଼ିଥିଲେ  । ତାଙ୍କ ପୁଅ ପ୍ରୟାସକାନ୍ତି ବି ଟିକେଟ୍‌ ଆଶାୟୀ ଥିଲେ  । ଭଣ୍ଡାରୀପୋଖରୀରେ ବିଜେଡ଼ି ଜିତିଥିଲେବି ଭଦ୍ରକରେ ପରାସ୍ତ ହୋଇଥିଲେ  । ଭଦ୍ରକର ପୂର୍ବତନ ବିଧାୟକ ସଂଜୀବ ମଲ୍ଳିକଙ୍କ ଉପରେ ଥିବା ଜନଅସନ୍ତୋଷ ପାଇଁ ସେ ପରାସ୍ତ ହୋଇଥିଲେ  । ପ୍ରଫୁଲ୍ଲଙ୍କୁ ମଧ୍ୟ ଦଳରେ ଆଗଭଳି ଗୁରୁତ୍ୱ ମିଳିନଥିବା ପରିଲକ୍ଷିତ ହୋଇଥିଲା  । ପ୍ରୟାସକାନ୍ତି ଦଳ ଛାଡ଼ିବାର ସଂକେତ ଭଦ୍ରକରେ ବିଜେଡ଼ି ଡୁବିବାର ସଂକେତ ବୋଲି କୁହାଯାଉଛି  ।