୬୯ଟଙ୍କା ବଢିଲା ଧାନର ଏମଏସପି 

୬୯ଟଙ୍କା ବଢିଲା ଧାନର ଏମଏସପି 

ଭୁବନେଶ୍ୱର : ଧାନର ଏମଏସପି ୬୯ଟଙ୍କା ବଢିଲା । ଖରିଫ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର ।୨୦୨୪-୨୫ବର୍ଷ ପାଇଁ ୧୪ଟି ଖରିଫ ଫସଲର ଏମଏସପି ବୃଦ୍ଧି ପାଇଛି । ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର  ଅନୁମୋଦନ । ଧାନର ଏମଏସପି ଗତବର୍ଷ ଅପେକ୍ଷା କ୍ୱିଣ୍ଟାଲ ପିଛା ୬୯ଟଙ୍କା ବଢିଛି । କେନ୍ଦ୍ର ଦେଉଥିବା ୨୩୦୦ଟଙ୍କା ୨୩୬୯ଟଙ୍କାକୁ ବୃଦ୍ଧି ପାଇଛି । ଗ୍ରେଡ୍ ଏ’ ଧାନ ପାଇଁ କ୍ୱତଣ୍ଟାଲ୍ ପିଛା ୨୩୮୯ଟଙ୍କା ମିଳିବ । ଜୱାର କ୍ୱିଣ୍ଟାଲ ପିଛା ୩୨୮ଟଙ୍କା ବୃଦ୍ଧି ପାଇଛି । ସେହିପରି ବାଜରା ୧୫୦, ମାଣ୍ଡିଆ ୫୯୬ଟଙ୍କା ବୃଦ୍ଧିକୁ ଅନୁମୋଦନ କରାଯାଇଛି । ହରଡ ଡାଲି ୪୫୦ ଓ ମୁଗଡାଲି କ୍ୱିଣ୍ଟାଲ ପିଛା ଏମଏସପି ୮୬ଟଙ୍କା ବୃଦ୍ଧି ପାଇଛି । ବାଦାମ ୪୮୦, ସୂର୍ଯ୍ୟମୁଖୀ ୪୪୧ ଓ ସୋୟାବିନ୍ ୪୩୬ଟଙ୍କା ବଢିଲା ।