ସଂଜୀବଙ୍କ ପାଇଁ ବିଜେଡ଼ି ଛାଡ଼ିଲେ ପ୍ରୟାସକାନ୍ତି
sanjib mallick
ଭୁବନେଶ୍ୱର : ୨୦୧୯ରେ ଭଦ୍ରକ ବିଧାୟକ ଥିଲେ ସଂଜୀବ ମଲ୍ଲିକ । ୨୦୨୪ ବେଳକୁ ସଂଜୀବଙ୍କ ବିରୋଧରେ ଜନ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ସେଠାରୁ ବିଜେଡ଼ି ହାରିବାର ଆଶଙ୍କା ଥିଲା । କିନ୍ତୁ ବିଜେଡ଼ି ତାଙ୍କୁ ଭଣ୍ଡାରିପୋଖରୀ ଟିକେଟ୍ ଦେଲା । ପ୍ରଫୁଲ୍ଲ ସାମଲଙ୍କ ସଂଗଠନ ପାଇଁ ସଂଜୀବ ସିନା ଜିତିଗଲେ, ହେଲେ ପ୍ରଫୁଲ୍ଲ କିନ୍ତୁ ଭଦ୍ରକରେ ପରାସ୍ତ ହେଲେ । ଭଣ୍ଡାରିପୋଖରୀରୁ ବାଜିମାତ୍ କରିବା ପରେ ପ୍ରଫୁଲ୍ଲ କିମ୍ବା ପ୍ରୟାସକାନ୍ତିଙ୍କୁ ସଂଜୀବ ଆଦୌ ଗୁରୁତ୍ୱ ଦେଲେନାହିଁ । ସେପଟେ ବି ଦଳ ବି ଗୁରୁତ୍ୱ ଦେଲାନି । ଯେଉଁଥିପାଇଁ ବାଧ୍ୟହୋଇ ପ୍ରୟାସକାନ୍ତି ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି ।
ବିଜୁ ଜନତା ଦଳକୁ ଆଉ ଏକ ଝଟକା ଲାଗିଛି । ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡ଼ିରେ ଏବେ ସବୁ କିଛି ଠିକ୍ ଚାଲିନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତ୍ୟରେ ପରିଣତ ହୋଇଛି ।
ବିଜୁବାବୁଙ୍କ ଅନୁଗତ ଭାବେ ଜଣାଶୁଣା ପ୍ରଫୁଲ୍ଳ ଦଳର ଜଣେ ଟାଣୁଆ ନେତା ଭାବେ ପରିଗଣିତ । ବହୁବାର ସେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଭଦ୍ରକ ରାଜନୀତିକୁ ସେ ନିଜ ହାତମୁଠାରେ ରଖିଥିଲେ କହିଲେ ଭୁଲ୍ ହେବନାହିଁ । କିନ୍ତୁ ଗତ ନିର୍ବାଚନରେ ତାଙ୍କୁ ଭଣ୍ଡାରୀପୋଖରୀ ବଦଳରେ ଭଦ୍ରକରୁ ଲଢ଼ିବାକୁ କୁହାଗଲା । ଭଣ୍ଡାରୀପୋଖରୀରେ ସେ ବିଜେଡ଼ିକୁ ମଜବୁତ୍ କରିଥିଲେବି ବାଧ୍ୟରେ ଭଦ୍ରକରୁ ଲଢ଼ିଥିଲେ । ତାଙ୍କ ପୁଅ ପ୍ରୟାସକାନ୍ତି ବି ଟିକେଟ୍ ଆଶାୟୀ ଥିଲେ । ଭଣ୍ଡାରୀପୋଖରୀରେ ବିଜେଡ଼ି ଜିତିଥିଲେବି ଭଦ୍ରକରେ ପରାସ୍ତ ହୋଇଥିଲେ । ଭଦ୍ରକର ପୂର୍ବତନ ବିଧାୟକ ସଂଜୀବ ମଲ୍ଳିକଙ୍କ ଉପରେ ଥିବା ଜନଅସନ୍ତୋଷ ପାଇଁ ସେ ପରାସ୍ତ ହୋଇଥିଲେ । ପ୍ରଫୁଲ୍ଲଙ୍କୁ ମଧ୍ୟ ଦଳରେ ଆଗଭଳି ଗୁରୁତ୍ୱ ମିଳିନଥିବା ପରିଲକ୍ଷିତ ହୋଇଥିଲା । ପ୍ରୟାସକାନ୍ତି ଦଳ ଛାଡ଼ିବାର ସଂକେତ ଭଦ୍ରକରେ ବିଜେଡ଼ି ଡୁବିବାର ସଂକେତ ବୋଲି କୁହାଯାଉଛି ।