୬୦ ବର୍ଷୀୟ ମହିଳାଙ୍କ ପାଇଁ ଖୁସି ଖବର

୬୦ ବର୍ଷୀୟ ମହିଳାଙ୍କ ପାଇଁ ଖୁସି ଖବର

 ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି ଅଯୋଗ୍ୟ ଘୋଷିତ ହୋଇଥିବା ୬୦ ବର୍ଷରୁ ଉର୍ଦ୍ଧ୍ୱ ମହିଳା ପାଇବେ ଭତ୍ତା । ସେମାନଙ୍କୁ ଆଉ ଭତ୍ତା ପାଇଁ ଆବେଦନ କରିବାକୁ ପଡ଼ିବନି । କାରଣ ସେମାନଙ୍କ ନାଁ ସିଧାସଳଖ ବିଭାଗ ଏସ୍‌ଏସ୍‌ଇପିଡିକୁ ପଠାଇ ଦେଇଛି । ଏନେଇ ଖୋଦ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ।  ଆସନ୍ତା ଅଗଷ୍ଟ ୯ ତାରିଖରେ ଆସିବ ସୁଭଦ୍ରା କିସ୍ତି । ଏହାପରେ ପୁଣିଥରେ ଖୋଲିବ ସୁଭଦ୍ରା ପୋର୍ଟାଲ । ଏଥର ୨ ଲକ୍ଷ ହିତାଧିକାରୀଙ୍କୁ ରିଜେକ୍ଟ କରାଯାଇଛି । ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ନ କରିଛି, କିଏ ଗାଡି କିଣି ଦେଇଛି ଏବଂ କାହାର ୫ ଏକର ଜମି ଥିବା କାରଣରୁ ସେମାନଙ୍କୁ ବାଦ ଦିଆଯାଇଛି । ଅଗଷ୍ଟ ୯ ପରେ ପୋର୍ଟାଲ ଖୋଲିବା ପରେ ପୁଣିଥରେ ସର୍ଭେ ହେବ । ୨ ଲକ୍ଷ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡିବା ପାଇଁ ଆଉଥରେ ସର୍ଭେ ହେବ । ୨୧ବର୍ଷ ହୋଇଥିଲେ ଯୁବତୀ ମହିଳା ନୂଆ କରି ଆବେଦନ କରିପାରିବେ ।