ସମର୍ପଣ ଓ ସ୍ୱାଭିମାନ ବିଜୁଙ୍କ ମୂଳମନ୍ତ୍ର
ପଟ୍ଟାମୁଣ୍ଡାଇ : ପ୍ରବାଦପୁରୁଷ ବିଜୁ ପଟନାୟକଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପଟ୍ଟାମୁଣ୍ଡାଇ -ରାଜନଗର ବିଜେଡି ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟାୟ ଅବିଚାର ବିରୋଧରେ ଲଢ଼ିବା ପାଇଁ ଅଦମ୍ୟ ସାହସ, ସମାଜ ପାଇଁ ସମର୍ପଣ ଭାବ ଓ ଉତୁଙ୍ଗ ଓଡ଼ିଆ ସ୍ୱାଭିମାନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂଳମନ୍ତ୍ର ଥିଲା ବୋଲି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି । ଏହି ସଭାରେ ରାଜ୍ୟ ବିଜେଡି ପ୍ରାକ୍ତନ ସାଧାରଣ ସମ୍ପାଦକ ବିଜୟ କେତନ ସ୍ୱାଇଁ ରାଜନଗର ବ୍ଲକ ଅଧକ୍ଷା ପ୍ରତିଭା ପାତ୍ର, ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନେତା ନିମାଇ କର, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ଓ ପ୍ରିୟଦର୍ଶନୀ ତରାଇ, ନଗର ମହିଳା ସଭାନେତ୍ରୀ ଲାସ୍ୟମୟୀ ସାହୁ, ସରପଞ୍ଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ ଅମୂଲ୍ୟ ପ୍ରଧାନ, ସୁବାଷ ଦାଶ, ପଞ୍ଚାନନ ଧଳ,ଯୁବନେତା କ୍ଷୀରୋଦ ପ୍ରଧାନ,ଯଦୁମଣି ଦାସ,, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, କାଉନସିଲର ମୃତୁ୍ୟଞ୍ଜୟ ପାଢ଼ୀ, ପ୍ରଶାନ୍ତ ବାରିକ ଓ ରୀନା ରାଣୀ ମଲିକ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ନାୟକ, ରାଜ୍ୟ ଛାତ୍ରବିଜେଡି ପ୍ରାକ୍ତନ ସମ୍ପାଦକ ବୈବ୍ରତ ବିଶ୍ୱାଳ,ବ୍ଲକ ବିଜେଡି ସାଧାରଣ ସମ୍ପାଦକ କଳାକାର ପ୍ରଧାନ, ଯୁବନେତା ନୟନ ଗିରି ଓ ଦିଲ୍ଲୀପ ସାହୁ ପ୍ରମୁଖ ଭାଷଣ ଦେଇ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ ପଟ୍ଟାମୁଣ୍ଡାଇ ଅଂÿଳର ବର୍ଷିଆନ ନେତା ନୃସିଂହ ଆଚାର୍ଯ୍ୟଙ୍କ ଲିଖିତ ପ୍ରବାଦ ପୁରୁଷ ବିଜୁ ପଟନାୟକ ପୁସ୍ତକ ଅତିଥିମାନେ ଉନ୍ମୋଚନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ୍ର ବର୍ଷିଆନ ନେତା ନୃସିଂହ ଆଚାର୍ଯ୍ୟ, ସମାଜସେବୀ ବସନ୍ତ ମଲ୍ଲିକ, ଶରତ ମହାପାତ୍ର, ବାତ୍ୟା କୁଇନ ଶିବାନୀ ମଣ୍ଡଳ, ଶିକ୍ଷାବିତ ହରିହର ପତି ଓ ରାଜକୁମାର ବିଶ୍ୱାଳ, ଏସ୍କେ ସରାତୁଲ୍ଲା, ନାଟ୍ୟକାର ଗୋଲକ ମହାରଣା, ଗାଳ୍ପିକ ପ୍ରଦୀପ ନାୟକ କ୍ରୀଡାବିତ୍ ପ୍ରସନ୍ନ ଦାସ ଶ୍ରେଷ୍ଠ ଛାତ୍ରୀ ରାଜଲଷ୍ମୀ କର, ଚିତ୍ରଶିଳ୍ପୀ ସୌମ୍ୟ ରଞ୍ଜନ ବଳ, ନିର୍ମାଣ ଶ୍ରମିକ ନାରାୟଣ ସେଠୀ, ଶ୍ରେଷ୍ଠ କୃଷକ ଅଜୟ ଜେନା, କାଷ୍ଠ ଶିଳ୍ପୀ ରାଜକିଶୋର ସୂତାର, କୁମ୍ବକାର ପ୍ରମୋଦ ବେହେରା, ବାଉଁଶ କାରିଗର ଅଭିରାମ ଜେନାଙ୍କୁ ଅତିଥି ମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।