ବଢ଼ିଲା ଡିଆରଡ଼ିଓ ମୁଖ୍ୟଙ୍କ କାର୍ଯ୍ୟକାଳ


 ନୂଆଦିଲ୍ଲୀ : ଡିଆରଡ଼ିଓ ମୁଖ୍ୟ ସମୀର ଭି କାମାଥଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି  । ଦ୍ୱିତୀୟ ଥର ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ହୋଇଛି  । ଚଳିତ ମାସରେ ତାଙ୍କର କାର୍ଯ୍ୟକାଳ ସରିବାର ଥିଲା  । କିନ୍ତୁ କେନ୍ଦ୍ର ସରକାର ଆଜି ତାଙ୍କର କାର୍ଯ୍ୟକାଳକୁ ୨୦୨୬ ମେ’ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି  । ଜଣେ ବୈଜ୍ଞାନିକ ଭାବେ ଖ୍ୟାତି ଅର୍ଜନ କରିଥିବା କାମାଥ ଗତ ୨୦୨୨ ଅଗଷ୍ଟ ୨୫ରେ ଡିଆରଡିଓ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ  । ଗତବର୍ଷ ମେ’ ୨୭ରେ ତାଙ୍କର କାର୍ଯ୍ୟକାଳକୁ ଆଉ ବର୍ଷେ ବୃଦ୍ଧି କରାଯାଇଥିଲା  । ଆଜି କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କର କାର୍ଯ୍ୟକାଳକୁ ପୁଣି ବର୍ଷେ ବୃଦ୍ଧି କରିଛନ୍ତି  । ଏହି ମର୍ମରେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି  ।