ରୁଟି ଖାଅ, ନ ହେଲେ ଗୁଳି ଖାଇବ

ରୁଟି ଖାଅ, ନ ହେଲେ ଗୁଳି ଖାଇବ

ନୂଆଦିଲ୍ଲୀ:  ‘ଭାରତ ପର୍ଯ୍ୟଟନରେ ବିଶ୍ୱାସ କରେ । ଦେଶର ଅଭିବୃଦ୍ଧି ବଢ଼ାଇବାରେ ତଥା ଲୋକଙ୍କୁ ଏକାଠି କରାଇବାରେ ପର୍ଯ୍ୟଟନ ଅଧିକ ଗୁରୁତ୍ୱ ବହନ କରେ । କିନ୍ତୁ ଟୁରିଜିମ୍ (ପର୍ଯ୍ୟଟନ)କୁ ଟେରୋରିଜିମ୍ (ଆତଙ୍କବାଦ) ଭାବୁଥିବା ପାକିସ୍ତାନ ଭଳି ରାଷ୍ଟ୍ର ଏବେ ବିଶ୍ୱ ପାଇଁ ବିପଦ ଭାବେ ଉଭା ହୋଇଛି ।
’ ଆଜି ଗୁଜରାଟରେ ୨୪ହଜାର କୋଟିର ପ୍ରକଳ୍ପ ରାଷ୍ଟ୍ରଉଦେ୍ଦଶ୍ୟରେ ଲୋକାର୍ପଣ କରିବା ଅବସରରେ ଭୁଜ ଠାରେ ଆୟୋଜିତ ସଭାକାର୍ଯ୍ୟରେ ପାକିସ୍ତାନ୍ ପ୍ରତି ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ଅବସରରେ ମୋଦି ପାକିସ୍ତାନର ଆତଙ୍କବାଦୀ ପ୍ରୀତି କଡ଼ା ନିନ୍ଦା କରିବା ସହ ଚେତାବନୀ ଦେଇ କହିଛନ୍ତି ‘ସୁଖ, ଶାନ୍ତିରେ ଜୀବନଯାପନ କର, ରୁଟି ଖାଅ; ନଚେତ ଆମ ପାଖରେ ଗୁଳି ଅଛି ।’ 
ସେହିପରି ଅପରେସନ୍ ସିନ୍ଦୂର ସମ୍ପର୍କରେ ମତ ଦେଇ କହିଛନ୍ତି ଯେ, ଗତ ଏପ୍ରିଲ ୨୨ରେ ପହେଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ପଦକ୍ଷେପ ଗ୍ରହଣ କରିନାହିଁ । ଏଥିରୁ ହିଁ ସ୍ପଷ୍ଟ ହେଉଛି ଯେ, ପାକିସ୍ତାନ୍ର ରୁଟି ଏବଂ ଘିଅରେ ଆତଙ୍କବାଦର ଛାପ ଭରି ରହିଛି । ପହେଲଗାମ ଆକ୍ରମଣ ଠାରୁ ଦୀର୍ଘ ୧୫ଦିନ ପର୍ଯ୍ୟନ୍ତ ଭାରତ ପାକିସ୍ତାନ୍ ଅପେକ୍ଷାରେ ଥିଲା ଏବଂ ଆଶା ରଖିଥିଲା ଯେ, ଆତଙ୍କବାଦୀଙ୍କ ବିରୋଧରେ କୌଣସି ପ୍ରକାରର ଠୋସ୍ ପଦକ୍ଷେପ ଗ୍ରହଣ କରିବ । କିନ୍ତୁ ପାକିସ୍ତାନୀଙ୍କ ଶିରା ପ୍ରସିରାରେ ଆତଙ୍କବାଦର ରକ୍ତ ବୋହୁଥିବା ବେଳେ ଏଥିପ୍ରତି ପାକ୍ କର୍ତ୍ତୃପକ୍ଷ କୌଣସି ପ୍ରକାରର ଦୃଷ୍ଟି ନ ଦେବା ଯୋଗୁ ବାଧ୍ୟ ହୋଇ ଭାରତ ପକ୍ଷରୁ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରାଯାଇଥିଲା । ମୋଦି ଏହା ମଧ୍ୟ କହିଛନ୍ତି ଅପରେସନ୍ ସିନ୍ଦୂରରେ ପାକିସ୍ତାନ୍ ଏୟାର୍ ବେସ୍ କୋମାକୁ ଚାଲିଯାଇଛି । ଆମ ଦେଶର ବୀର ଯବାନଙ୍କ ସାହସିକତା ଓ ପାରାକାଷ୍ଠା ଯୋଗୁ ଆଜି ପାକିସ୍ତାନ୍ ଧଳାପତାକା ପ୍ରଦର୍ଶନ ସ୍ୱରୂପ ପ୍ରଥମେ ସିଜ୍ଫାୟାର୍ (ଅସ୍ତ୍ରବିରତି) ପାଇଁ ଆମନ୍ତ୍ରଣ କରିଥିଲା । ଆଉ ସେତେବେଳେ ଭାରତ ପକ୍ଷରୁ ପାକିସ୍ତାନ୍କୁ କଡ଼ା ଚେତାବନୀ ଦିଆଯାଇଥିଲା ଏବଂ କୁହାଯାଇଥିଲା ଆମର ଲକ୍ଷ୍ୟ ପାକିସ୍ତାନ୍ର ଆତଙ୍କୀ ଭିତ୍ତିଭୂମି ନଷ୍ଟ କରିବା । ଯଦି ତୁମେ ଏ ବିରୋଧରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିପାରି ନାହଁ, ତେବେ ଚୁପ୍ ବସ । ଆତଙ୍କବାଦୀଙ୍କ ଶରଣାପନ୍ନ ଦେଇ ତୁମେ ମସ୍ତବଡ଼ ଭୁଲ୍ କରିଛ ବୋଲି ପାକିସ୍ତାନ୍କୁ କଡ଼ା ଚେତାବନୀ ଦେଇ ମୋଦି କହିଛନ୍ତି ।