ମୋଦିଙ୍କୁ ପୁଟିନଙ୍କ ଫୋନ
ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି କଥା ହୋଇଛନ୍ତି । ଆଲାସ୍କାରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପୁଟିନ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏହି ଆଲୋଚନା ବାବଦରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ଫୋନ ଆସିଥିଲା ଓ ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ହୋଇଥିବା ବୈଠକ ବାବଦରେ ସୂଚନା ପ୍ରଦାନ ପାଇଁ ଧନ୍ୟବାଦ । ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁବେଳେ ଆହ୍ୱାନ କରିଛି ଓ ଏହି ପ୍ରସଙ୍ଗରେ ସବୁ ଉଦ୍ୟମକୁ ସମର୍ଥନ କରୁଛି । ମୁଁ ଆଗାମୀ ଦିନରେ ଆମର ନିରନ୍ତର ଆଦାନ-ପ୍ରଦାନ ନେଇ ଆଶା କରୁଛି । ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ଭାଗିଦାରୀକୁ ଆହୁରି ମଜଭୁତ କରିବା ଉଦେ୍ଦଶ୍ୟରେ ଦ୍ୱିପାକ୍ଷିକ ସହଯୋଗ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଦୁଇ ନେତା ପରସ୍ପର ସହ ନିବିଡ ସମ୍ପର୍କ ବଜାୟ ରଖିବାକୁ ସହମତ ହୋଇଥିଲେ ।