ବିଶ୍ୱ ଫଟୋଗ୍ରାଫି ଦିବସର ଅନୁଚିନ୍ତା

ଲକ୍ଷ୍ମୀକାନ୍ତ ଦାସ :
କ୍ୟାମେରା ଧରିଲେ ଜଣେ ଫଟୋ ଉଠାଇ ପାରିବ କିନ୍ତୁ ଗୋଟେ ଫଟୋଗ୍ରାଫର ହୋଇ ପାରିବ ନାହିଁ । କିନ୍ତୁ ଜଣେ ନିରନ୍ତର ପ୍ରୟାସ କଲେ ଜଣେ ଫଟୋଗ୍ରାଫର ଭଲ ଫଟୋ ଆର୍ଟିଷ୍ଟ ହୋଇ ପାରିବ ।ଫଟୋଗ୍ରାଫି ଏମିତି ଏକ ଶିକ୍ଷା ଯାହା ଆପଣଙ୍କୁ କେବଳ ରୋଜଗାର ଦେବ ନାହିଁ ବରଂ ଆପଣଙ୍କୁ ଏକ ଭଲ ଶିଳ୍ପୀଟିଏ ମଧ୍ୟ କରିଦେବ ।ଯେଉଁଥିରେ ଆପଣ ଆତ୍ମତୃପ୍ତି ଲାଭ କରିବା ସହ ସମାଜକୁ ସୁଧାରିବାରେ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ପ୍ରଦାନ କରେ । ହଁ ଏଥିରେ ଅନେକ ପ୍ରକାର ବାଧା ବିଘ୍ନ ଓ ଅନ୍ୟ ବୃତ୍ତି ମାନଙ୍କ ପରି ସମସ୍ୟା ରହିଛି ନିଶ୍ଚୟ ।କିନ୍ତୁ ପରିଶେଷ ରେ ଯେଉଁ ଆତ୍ମତୃପ୍ତି ଦେବ ତାହା ଅନ୍ୟ କୌଣସି କ୍ଷେତ୍ରରେ ହାସଲ କରିବା ପାଇଁ ଅନେକ କିଛି ବଳିଦାନ ଦେବାକୁ ପଡ଼ିଥାଏ । ଯାହାକି ଫଟୋଗ୍ରାଫି ରେ ଜଣେ ନିରନ୍ତର ପ୍ରୟାସ ଦ୍ୱାରା ହାସଲ କରିଥାଏ ।ଏହା ଏକ ଏମିତିକା କଳା ବା ବୃତ୍ତି ଯାହା ଚିର ପ୍ରବାହମାନ ସମୟକୁ ବାନ୍ଧି ରଖିବା ପାଇଁ ସମର୍ଥ ।ଯାହା ସମୟକ୍ରମେ ପରବର୍ତ୍ତୀ ପିଢ଼ି ର ସମୟ ପାଇଁ ଏକ ସତେଜ ସ୍ମୃତି ପାଲଟିଯାଏ । ଆଜିର ଦିନଟି ବିଶେଷ ଅଟେ । କାରଣ ଆବହମାନ ସମୟକୁ ନିଜ କ୍ୟାମେରାର ଲେନ୍ସ ମାଧ୍ୟମରେ ଆବଦ୍ଧ କରି ରଖିବା ର ଜ୍ଞାନ କୌଶଳ ଓ ନିଜର ଦକ୍ଷତା  ବଳରେ ସମାଜର ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ଇତିହାସକୁ ପର୍ଯ୍ୟଲୋଚନା କରିବା ଓ ସେହି ମଧୁର  ସ୍ମୃତିକୁ ଆଲୋକ-ଛାୟା ମାଧ୍ୟମରେ ବନ୍ଧି ରଖିବାର ଏକ ସାଧନ ଫଟୋଗ୍ରାଫିକୁ ସମ୍ମାନ କରିବାର ଦିନ ।
୧୮୨୬ ମସିହାରେ ୟୁରୋପରେ ଲୁଇସ ଡାଗୁଏରଙ୍କ (ଖକ୍ଟଙ୍କସଗ୍ଦ ଊବଶଙ୍କରକ୍ସକ୍ସର) ଦ୍ୱାରା “ଡାଗୁଏରୋଟାଇପ” (ଊବଶଙ୍କରକ୍ସକ୍ସରକ୍ଟଗ୍ଧଚ୍ଚକ୍ଟ୍ରର) ପ୍ରଣାଳୀ ଉଦ୍ଭାବନ ହେବା ସହିତ ଫଟୋଗ୍ରାଫିର ଆରମ୍ଭ ଘଟିଥିଲା । ଏହା ପରେ କ୍ୟାମେରାର ଧୀରେ ଧୀରେ ପରିବର୍ତ୍ତନ, ଲେନ୍ସ, ଫିଲ୍ମ, କଳା-ସାଦାରୁ ରଙ୍ଗୀନ, ଆନାଲଗ୍ ରୁ ଡିଜିଟାଲ, ଏବଂ ଏବେ ସ୍ମାର୍ଟଫୋନ୍ ପର୍ଯ୍ୟନ୍ତ ରୂପାନ୍ତର  ଫଟୋଗ୍ରାଫିକୁ ସରଳ, ସୁବିଧାଜନକ ଓ ଲୋକପ୍ରିୟ କରିଛି ।
ଆଜିର ସମୟରେ ଏହି କୌଶଳ ର ଉଦ୍ଭାବନକୁ ମନେ ପକାଇ ସାରା ବିଶ୍ୱରେ  ବିଶ୍ୱ ଫଟୋଗ୍ରାଫି ଦିବସକୁ ବେଶ ଉସôାହର ସହ ପାଳନ କରାଯିବା ସହ ଏହାର କ୍ରମବିକାଶ କିପରି ଏ ସମାଜକୁ ଆହୁରି ଋଦ୍ଧିମନ୍ତ କରି ପାରିବ ସେ ବିଷୟରେ ଚର୍ଚ୍ଚା,ଆଲୋଚନା ଚାଲିଛି ।ଯାହା ଏହିପରି ଚାଲି ରହିବ ।ଆମ୍ଭ ଅନୁଷ୍ଠାନ ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର ଟ୍ରଷ୍ଟ (ନବୀନ ସୂତ୍ରଧର)ପକ୍ଷରୁ କ୍ରମାଗତ ଭାବେ ଚାରି ବର୍ଷ ଧରି ଏହି ପ୍ରୟାସ ଚାଲୁ ରହିଛି । କେବଳ ଗୋଟିଏ ଦିନ ବା କିଛି ଦିନ ଏହାକୁ ପାଳନ କରି ଭୁଲି ଯିବା ଏହା ଆମର ଉଦେ୍ଦଶ୍ୟ ନୁହେଁ ।ଏହି କ୍ଷେତ୍ରରେ ଆମ ସମୟର ଭବିଷ୍ୟତ ପିଢ଼ି ଙ୍କୁ ଆହୁରି ଦକ୍ଷ,କୌଶଳ ପୂର୍ଣ୍ଣ କରିବା ସହ ସମାଜ ସଂସ୍କାର କ୍ଷେତ୍ରରେ ସେମାନଙ୍କ ଗୁରୁତ୍ୱପୁର୍ଣ ଯୋଗଦାନ କରିବା ପାଇଁ ପ୍ରୟାସରତ ।ଏହି କ୍ଷେତ୍ରରେ କାର୍ଯ୍ୟ କରିଥିବା ପ୍ରବୀଣମାନଙ୍କୁ ସେମାନଙ୍କ ସହ ଜ୍ଞାନର ଆଦାନ ପ୍ରଦାନ କରିବା ,ସେମାନଙ୍କ ଅନୁଭୂତିକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ଭଳି ଛୋଟ ଛୋଟ ପ୍ରୟାସ ଆମ୍ଭେ ଗୁଣ୍ଡୁଚି ମୂଷା ଭଳି ନିରନ୍ତର କରି ଆସୁଛୁ । ଏଥି ପାଇଁ ଏହି କଳାକୁ ଆପଣାଇ ଥିବା ସମସ୍ତ ବ୍ୟକ୍ତି ବିଶେଷ ଆଉ ଏହାକୁ ଭଲ ପାଉଥିବା ଗୁଣି ସଜ୍ଜନ ସମାଜ କିଞ୍ଚିତ ସହଯୋଗର ହାତ ବଢାଇଲେ ଏହି କଳା/ପେସା ଆମ ରାଜ୍ୟରେ ଏକ ନୂଆ ଶିଖର ଛୁଇଁବ ବୋଲି ମୋର ଆଶା ଓ ଭରସା ।
ଫଟୋଗ୍ରାଫି କେବଳ ଏକ ଶିଳ୍ପ କିମ୍ବା ପେସା ନୁହେଁ, ଏହା ସମୟକୁ ବନ୍ଧି ରଖିବାର ଏକ ଅବିସ୍ମରଣୀୟ ମାଧ୍ୟମ । ଗୋଟିଏ ପାରିବାରିକ ଛବି, ଶିଶୁର ପ୍ରଥମ ହସ, କିମ୍ବା ଏକ ସ୍ଥଳର ଚିତ୍ର — ସମୟ ସହିତ ସେଗୁଡିକ ମନର ନିଭୃତ କୋଣ ରେ ଏକ ସାଇତା  ସ୍ମୃତି ପାଲଟି ଯାଏ । ଏକ ଛବି କେବଳ ଦର୍ଶକଙ୍କୁ ସନ୍ତୋଷ ଓ ଆତ୍ମ ତୃପ୍ତି ଦିଏ ନାହିଁ ଏହା ଫଟୋଗ୍ରାଫରଙ୍କ ପାଇଁ ମଧ୍ୟ ଏହା ଅର୍ଥ ଉପାର୍ଜନର  ସ୍ୱତନ୍ତ୍ର ସାଧନ । ସେଥିରେ ସେ ନିଜର ଦୃଷ୍ଟିକୋଣ, ଚିନ୍ତାଧାରା ଓ ସୃଜନଶୀଳତାକୁ ପ୍ରକାଶ କରିଥାନ୍ତି । ଆଜିର ସମୟରେ ଫଟୋଗ୍ରାଫି କେବଳ ସୌଖିନ ପାଇଁ ସୀମିତ ନୁହେଁ । ଏହା ମିଡିଆ, ବିଜ୍ଞାପନ, ବିବାହ ଓ ଆୟୋଜନ, ପ୍ରକୃତି ଫଟୋଗ୍ରାଫି, ୱାଇଲ୍ଡଲାଇଫ୍, ସାଇନ୍ସ, ଫ୍ୟାସନ୍, ସୋସିଆଲ ମିଡିଆ ଇତ୍ୟାଦି ଦ୍ୱାରା ଜୀବନ ଜୀବିକା ପୋଷଣ କରିବାର ଏକ ଉକôୃଷ୍ଟ ଉପାଦାନ  ହୋଇପାରିଛି । ଜଣେ ସଫଳ ଫଟୋଗ୍ରାଫର ନିଜ ପ୍ରୟାସରେ କେବଳ ଆର୍ଥିକ ସ୍ୱାଧୀନତା ଲାଭ କରେ ନାହିଁ, ସମାଜକୁ ସଚେତନ କରିବା, ପରିବର୍ତ୍ତନ ଆଣିବା, ଓ ସମୟର ସତ୍ୟକୁ ଉଜାଗର କରିବାରେ ମଧ୍ୟ ବଡ ଭୂମିକା ନେଇପାରିଛନ୍ତି ।
ଏକ ଫଟୋ ସମ୍ବାଦିକଦ୍ୱାରା ଉତ୍ତୋଳିତ ଛବି ସମାଜକୁ ସଚେତନ କରିଥାଏ ।
ଏକ ପ୍ରକୃତିର ଛବି ପରିବେଶ ସୁରକ୍ଷାର ପାଠ ପଢ଼ାଏ ।
ଏକ କଷ୍ଟକର ସମୟର ଛବି ମାନବତାକୁ ସ୍ମରଣ କରାଏ ।
ଏକ ସୁନ୍ଦର ଛବି ଶାନ୍ତି ଓ ସୌନ୍ଦର୍ଯ୍ୟର ଭାବକୁ ଲୋକମନଙ୍କ ମନରେ ସ୍ଥାପିତ କରେ ।ସେହିପରି, ଫଟୋଗ୍ରାଫି ଆଜି ସମାଜ ପରିବର୍ତ୍ତନରେ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ।
ଫଟୋଗ୍ରାଫିକୁ ଅନେକେ ଏଯାବତ୍ ସୌକ କିମ୍ବା ଅନୁପଯୋଗୀ ପେସା ଭାବେ ଦେଖୁଛନ୍ତି । କିନ୍ତୁ ସତ୍ୟରେ ଏହା ନୂତନ ପିଢ଼ି ପାଇଁ ସୃଜନଶୀଳତା, ନିଜ ସମାଜ ଆଗରେ ଉପସ୍ଥାପନ କରିବାର ସରଳ ଓ ପ୍ରମୁଖ ଉପାଦାନ ହୋଇ ଉଭା ହୋଇଛି ।ଯାହା କି ଆଧୁନିକ ଜ୍ଞାନ କୌଶଳ ଓ ସୃଜନ ଶୀଳାତା ର ସମ୍ମିଶ୍ରଣ ରେ ସମାଜ ପାଇଁ ସେବାର ଏକ ସୁଯୋଗ ଅଟେ ।
ଏହିପାଇଁ ସମାଜର ଦାୟିତ୍ୱ  ହେଲା ଫଟୋଗ୍ରାଫିକୁ ସମ୍ମାନ କରିବା, ଯୁବବର୍ଗ ଙ୍କୁ ଏଥିପ୍ରତି ପ୍ରୋସôାହିତ କରିବା । ଏଥବ ସହିତ ସରକାର ଓ ସାମାଜିକ ସଂଗଠନମାନଙ୍କୁ ପ୍ରଶିକ୍ଷଣ, ପ୍ରତିଯୋଗିତା, ପ୍ରଦର୍ଶନୀ, ଅର୍ଥନୈତିକ ସହାୟତାରେ ଆଗକୁ ଆସିବା ମଧ୍ୟ ଜରୁରି ।
ଏହି ଦିଗରେ ଆମ ସଂଗଠନ ନୂତନ ଭବିଷ୍ୟତ ନିର୍ମାଣର ସୂତ୍ରଧର ଟ୍ରଷ୍ଟ (ନବୀନ ସୂତ୍ରଧର) ବିଗତ ତିନି ବର୍ଷ ଧରି ପ୍ରତିବର୍ଷ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଓ ଆଲୋଚନା ଚକ୍ରର ଆୟୋଜନ କରିବା ସହ ଫଟୋଗ୍ରାଫି ସମ୍ବନ୍ଧରେ ବିଭିନ୍ନ କର୍ମଶାଳା ଆୟୋଜନ କରୁଛି ।
ଆମ ଉଦେ୍ଦଶ୍ୟ ହେଲା କେବଳ ଦିନିକିଆ ଉସôବ ପାଳନ ନୁହେଁ, ବରଂ ଭବିଷ୍ୟତ ପିଢ଼ିକୁ କୌଶଳୀ, ସଚେତନ, ଓ ସମାଜ ହିତ ଉଦେ୍ଦଶ୍ୟରେ କାମ କରିବାକୁ ପ୍ରୋସôାହିତ କରିବା । ଏଥି ସହିତ ପ୍ରବୀଣ ଫଟୋଗ୍ରାଫରଙ୍କ ଅନୁଭବକୁ ଯୁବବର୍ଗଙ୍କ ନିକଟରେ ପହଞ୍ଚାଇବା ଏବଂ ଫଟୋଗ୍ରାଫିକୁ ଏକ ସୁନ୍ଦର ଓ ସମ୍ମାନନୀୟ ସୁସ୍ଥିର ପେଶା ଭାବେ ସ୍ଥାପନ କରିବା ।
ବାସ୍ତବରେ ଫଟୋଗ୍ରାଫି ହେଉଛି ସମୟକୁ ବାନ୍ଧିବାର ଏକ ଶିଳ୍ପ । ଯେପରି ସାହିତ୍ୟ ଓ ସଙ୍ଗୀତ ସମାଜକୁ ସଚେତନ କରିଥାଏ, ସେପରି ଫଟୋଗ୍ରାଫି ମଧ୍ୟ ଆଜିର ବିଶ୍ୱରେ ସତ୍ୟ, ସୌନ୍ଦର୍ଯ୍ୟ ଓ ଶାନ୍ତିର ପ୍ରବଳ  ମାଧ୍ୟମ ହୋଇଥାଏ ।
ସେହିପରି, ଆମ ସମସ୍ତଙ୍କର ଦାୟିତ୍ୱ — ଏହି କଳାକୁ ସମ୍ମାନ କରିବା, ପ୍ରୋସôାହନ ଦେବା, ଓ ଭବିଷ୍ୟତ ପିଢ଼ିକୁ ଏଥିରେ ଆଗକୁ ବଢ଼ାଇବା ।
ନାହାଳ ପୁର, ବେଣୀରାମପୁର , କଟକ
ମୋ :୯୪୩୯୬୧୪୬୭୭