ବିପର୍ଯ୍ୟୟ ବିପତ୍ତି ବୀମା ଗୁରୁତ୍ୱପୂର୍ଣ୍ଣ: ପିକେ ମିଶ୍ର
ାା ଏଜେନ୍ସି ।ା ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର କ୍ଷତି ଓ ହାନିର ଆକଳନ ପାଇଁ ବୀମା ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ପ୍ରୟାସର ପ୍ରମୁଖ ଘଟଣାକ୍ରମ ଉପରେ ଆଲୋକପାତ କରିଥିଲେ । ନୂଆଦିଲ୍ଲୀରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପକ୍ଷରୁ ଆୟୋଜିତ କର୍ମଶାଳା ବିପର୍ଯ୍ୟୟ ବିପତ୍ତି ବୀମା କାହିଁକି ଗୁରୁତ୍ୱପୂର୍ଣ୍ଣ ପ୍ରମୁଖ ଧାରଣା ଏବଂ ଲାଭରେ ଅଭିଭାଷଣ ରଖି ସେ ଜୋର୍ ଦେଇ କହିଥିଲେ ଯେ, ଉଦୀୟମାନ ଧାରା ବିପର୍ଯ୍ୟୟ ବିପଦ ବୀମା ପ୍ରୟୋଗରେ ଅଭିନବତ୍ୱ ଆଣିବା ଏବଂ ଅଧିକ ନମନୀୟ, ଦକ୍ଷ ଓ ସମାବେଶୀ ବୀମା ସମାଧାନ ଦିଗରେ ବୈଶ୍ୱିକ ଧାରାରେ ସାମିଲ ହେବା କ୍ଷେତ୍ରରେ ଭାରତର ସମ୍ଭାବନାକୁ ଦର୍ଶାଉଛି । ଭାରତ ସମେତ ବିଶ୍ୱବ୍ୟାପୀ ବିପର୍ଯ୍ୟୟର ବାରମ୍ବାରତା ଏବଂ ତୀବ୍ରତା ବୃଦ୍ଧି ଉପରେ ଚିନ୍ତା ପ୍ରକଟ କରି ଡକ୍ଟର ମିଶ୍ର ବିଭିନ୍ନ କ୍ଷେତ୍ର ଓ ସଂସ୍ଥାରେ ବୀମା କଭରେଜ ସମ୍ପ୍ରସାରଣ ପାଇଁ ଏକ ରଣନୀତିକ ଦୃଷ୍ଟିକୋଣ ପାଇଁ ପରାମର୍ଶ ଦେଇଥିଲେ । ବୀମା କଭରେଜ୍ ସମ୍ପ୍ରସାରଣରେ ଏହି ଉଦୀୟମାନ ଧାରା ପରିପ୍ରେକ୍ଷୀରେ ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଅଧିକ ସୁଲଭ ମୂଲ୍ୟ ନିର୍ଦ୍ଧାରଣ, ସଚେତନତା ବୃଦ୍ଧି ଓ ଦାବି ସମାଧାନ ପ୍ରକ୍ରିୟାକୁ ସରଳ କରିବା ମାଧ୍ୟମରେ ଆମେ କିପରି ବୀମାର ପ୍ରସାରକୁ ବ୍ୟାପକ କରିପାରିବା ସେ ବିଷୟରେ ପରାମର୍ଶ ଦେଇଥିଲେ ।
ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଓ ପ୍ରତିବଦ୍ଧତା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ସେ ୨୦୧୬ ମସିହାର ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଏକ ସର୍ବ ସମାବେଶୀ ଦଶ ସୂତ୍ରୀ ଏଜେଣ୍ଡା ଉପରେ ଆଲୋକପାତ କରିଥିଲେ । ଗରିବ ପରିବାରଠାରୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ବହୁରାଷ୍ଟ୍ରୀୟ ନିଗମ ଓ ରାଷ୍ଟ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିପର୍ଯ୍ୟୟ ବିପଦଠାରୁ ସୁରକ୍ଷା ନିହାତି ଆବଶ୍ୟକ । ଡକ୍ଟର ମିଶ୍ର ଦୁଇଟି ଉଲ୍ଲେଖନୀୟ ସରକାରୀ ସମର୍ଥିତ ବୀମା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ଆୟୁଷ୍ମାନ ଭାରତ ବିଷୟରେ ଉଲ୍ଲେଖ କରିଥିଲେ ।
ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଥିବା ଆୟୁଷ୍ମାନ ଭାରତ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ କରିଥାଏ । ବିପର୍ଯ୍ୟୟ ବିପଦ ପାଇଁ ବିଶ୍ୱସ୍ତରରେ ବିବିଧ ବୀମା ଉତ୍ପାଦଗୁଡ଼ିକର ବିକାଶ ତ୍ୱରାନ୍ୱିତ ହେଉଛି । ଏହି ପ୍ରୟାସରେ ଏନଡିଏମଏ ଏବଂ ଆର୍ଥିକ ସେବା ବିଭାଗ ଘରୋଇ ଓ ସରକାରୀ ଅନୁଷ୍ଠାନଗୁଡ଼ିକୁ ଏହି ଆର୍ଥିକ ଢାଞ୍ଚା ବିଷୟରେ ଗଭୀର ଅର୍ନ୍ତଦୃଷ୍ଟି ହାସଲ କରିବା ପାଇଁ ବିବିଧ ପ୍ରସାର ନିଶ୍ଚିତ ଭାବରେ ଏକ ଶକ୍ତିଶାଳୀ ବିପର୍ଯ୍ୟୟ ବୀମା ବଜାର ନିର୍ମାଣ କରିବାରେ ସାହାଯ୍ୟ କରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ସଚିବ ଗୋବିନ୍ଦ ମୋହନ, ଏନଡିଏମଏ ସଦସ୍ୟ ରାଜେନ୍ଦ୍ର ସିଂ, ଏନଡିଏମଏ ଉପଦେଷ୍ଟା ସାଫି ଏକ ରିଜୱି, ଏନଆଇଡିଏମ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ରାଜେନ୍ଦ୍ର ରନôୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।