+୩ କଳା ଓଡ଼ିଆ ବିଭାଗ ପ୍ରଥମ ବର୍ଷ ସମ୍ମାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ


ାା ପ୍ରଭାନୁ୍ୟଜ ।ା ବରୁଅାଁ: ଯାଜପୁର ବ୍ଳକ ସୁଜନପୁର ପଞ୍ଚାୟତ ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟରେ +୩ ଓଡ଼ିଆ ବିଭାଗ ତରଫରୁ ପ୍ରଥମ ବର୍ଷ ଓଡ଼ିଆ ସମ୍ନାନ ବିଭାଗରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । 
ଏହି ଉପଲକ୍ଷେ ଆୟୋଜିତ ସଭାରେ ଓଡ଼ିଆ ବିଭାଗ  ଅଧ୍ୟାପକ ଭବାନୀ କିଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୁପେ ଅଧ୍ୟକ୍ଷ ପ୍ରଫେସର ସୀମନ୍ତ ଭାନୁ ଦାସ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଅସ୍ମିତା ବିଷୟରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦୀପକ କୁମାର ମଲ୍ଲିକ, ସିପ୍ରାଞ୍ଜଳୀ ବିଶ୍ୱାଳ, ବିଜୟ କୁମାର ଦାସ, ସରୋଜ କୁମାର ନାୟକ, ପ୍ରଭାତ ତ୍ରିପାଠୀ, ଗଣେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ଅତୀତ ଓ ବର୍ତ୍ତମାନ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।