ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା

 ଭୁବେନଶ୍ୱର: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ମନରେଗା ଯୋଜନାରେ ଚାଲିଥିବା କାମ ଗୁଡିକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ବ୍ଲକର ଅଧିକାଂଶ ପଞ୍ଚାୟତରେ କାର୍ଯ୍ୟ ଅନୁମୋଦନ ଥାଇ ଶେଷ ହୋଇ ଯାଉଥିବା ବେଳେ ଆଉ କେତେକ କାମ ଶ୍ରମିକ ବଦଳରେ ମେସିନ କରୁଛି ତ, ଆଉ କେଉଁଠାରେ ନବରଙ୍ଗପୁର ଶ୍ରମିକମାନେ କାମ କରୁଛନ୍ତି । ଏପରିକି କିଛି କାମ ଆରମ୍ଭ ନ ହୋଇ ପ୍ରତିଦିନ ଶ୍ରମିକ କାର୍ଯ୍ୟ କରୁଥିବା ଡିମିଣ୍ଡ ପିଟାଯାଉଛି । ବିଶେଷ କରି ରାସ୍ତା ଓ ଟ୍ରେଞ୍ଚ କାମରେ ବନ ବିଭାଗର ବିନା ଅନୁମତିରେ ବହୁ ପରିମାଣର ଗଛ କଟା ଚାଲିଛି । ଚଳିତ ବର୍ଷ ରାଜ୍ୟ ସରକାର ତାଳ ଗଛର ସୁରକ୍ଷା ପାଇଁ ନିୟମ କଡାକଡି କରିବା ସହ ଏହି ଗଛ କାଟିବା ଉପରେ କଟକଣା ଜାରି କରିଛନ୍ତି । ହେଲେ ମନରେଗା ରାସ୍ତା ତିଆରି ପାଇଁ କଟା ହେଉଛି ଏକାଧିକ ତାଳ ଗଛ । କେବଳ ଏତିକି ନୁହେଁ ମନରେଗା ଯୋଜନାକୁ ନେଇ କେନ୍ଦ୍ର ସରକାର ସବୁବେଳେ ନାନା ପ୍ରକାରର ଡିଣ୍ଡିମ ପିଟୁଥିବା ବେଳେ ମନରେଗା ଯୋଜନାରେ ଲୋକଙ୍କ ବଦଳରେ ମେସିନ ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟ କରି ଠିକାଦାର ମାଲେମାଲ ହେଉଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗୁମୁକା ପଞ୍ଚାୟତର ଏମଭି ୬୫ ଠାରୁ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହି ରାସ୍ତା କେନାଲକୁ ସଂଯୋଗ କରିବ । ରାସ୍ତା ନିର୍ମାଣ କାର୍ଯ୍ୟଟି ୨୦୨୩-୨୪ ଆର୍ଥôକ ବର୍ଷର ହୋଇଥିବା ନେଇ ୱେବସାଇଡରେ ଦେଖାଉଥିବା ବେଳେ ବର୍ତ୍ତମାନ ମଧ୍ୟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଦେଖାଉଛି । ତେବେ ଏହି ରାସ୍ତା ହେଲେ ଅନେକ ଲୋକେ ଉପକୃତ ହେବେ ସତ, କିନ୍ତୁ ରାସ୍ତା ନିର୍ମାଣ ପାଇଁ ସରକାରୀ ନିୟମକୁ ଉଲ୍ଲଂଘନ କରି ଲୋକଙ୍କ ଠାରୁ ବେଶି ଉପକୃତ ହେଉଛନ୍ତି ଠିକାଦାର ଓ କିଛି ବିଭାଗୀୟ କର୍ମଚାରୀ । ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ରାସ୍ତାଟି ମନରେଗା ଯୋଜନା ମାଧ୍ୟମରେ ହେଉଥିବାବେଳେ ସ୍ଥାନୀୟ ଶ୍ରମିକ ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ନିଯୋଜିତ ହେବା କଥା । କିନ୍ତୁ ଶ୍ରମିକ ବଦଳରେ କିଛି ଠିକାଦାର ଏହାକୁ ମେସିନ ମାଧ୍ୟମରେ କରୁଥିବାବେଳେ ଶ୍ରମିକମାନେ କାର୍ଯ୍ୟ ପାଇବାରୁ ବଞ୍ଚôତ ହେଉଛନ୍ତି । ରାସ୍ତା କାମ ସରିବାକୁ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ ଫଳକ ଲେଖାଯାଇନାହିଁ । ସେହିପରି ଏହି ରାସ୍ତା ନିର୍ମାଣ ପାଇଁ ଅନେକ ଗଛ କଟା ଯାଉଥିବାବେଳେ ଏଥିରେ ଅନେକ ତାଳ ଗଛ ମଧ୍ୟ କଟାଯାଇଛି । ରାଜ୍ୟରେ ନୂଆ ସରକାର ଆସିବା ପରେ ତାଳ ଗଛ କାଟିବା ଉପରେ ରୋକ ଲଗାଇଥିବା ବେଳେ ଏହି ରାସ୍ତା ପାଇଁ କଟା ଯାଇଥିବା ତାଳ ଗଛ ପାଇଁ କାହାର ଅନୁମତି ନିଆଯାଇଛି ନା ନାହି ତାହା ମଧ୍ୟ ସନେ୍ଦହ ଘେରରେ ରହିଛି । ତେବେ ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।