"ଭାରତ ହେଁ ହମ୍’ ପ୍ରଶ୍ନୋତ୍ତର ପ୍ରତିଯୋଗିତା

 ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ଅଧ୍ୟକ୍ଷତାରେ "ଭାରତ ହେଁ ହମ" ପ୍ରଶ୍ମୋତ୍ତରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଏବଂ ପରାକ୍ରମ ଦିବସ ଉପଲକ୍ଷେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଅଧ୍ୟାପକ ଡ.ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୁପେ ଯୋଗଦେଇ ପ୍ରତିଯୋଗୀଙ୍କ ଉସôାହ ବୃଦ୍ଧି କରିଥିଲେ । ଏହି ପ୍ରତିଯୋଗିତାରେ ମାଲକାନଗିରିର ୧୧ଟି ବିଦ୍ୟାଳୟରୁ ୧୦୦ଟି ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଜବାହାର ନବୋଦୟ ବିଦ୍ୟାଳୟର ରଶ୍ମିତା କିରସାନି ପ୍ରଥମ ହୋଇଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଏଗଜାମ ୱାରିଅର ପୁସ୍ତକ ଦିଆଯାଇ ପୁରସ୍କୃତ କରା ହେବ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅମିତ ଦାସ ଏବଂ କଳା ଶିକ୍ଷକ ଆଦିତ୍ୟ ରାୟ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ପ୍ରାଥମିକ ଶିକ୍ଷକ ନିରଞ୍ଜନ କୁମାର, କମ୍ପୁ୍ୟଟର ଶିକ୍ଷିକା ଆଶ୍ରିତା ପଣ୍ଡା, ଇଂରାଜୀ ଶିକ୍ଷକ ନରେଶ ପ୍ରଧାନ ଏବଂ ସାମାଜିକ ବିଜ୍ଞାନ ଶିକ୍ଷକ ରଂଜିତ କୁମାର ପାତ୍ର କାର୍ଯ୍ୟକ୍ରମକୁ ସଫଳ ହେବାରେ ସହଯୋଗ କରିଥିଲେ ।