ଏଆଇଟିୟୁସିର ଧର୍ମଘଟ ଡାକରା

ମାଲକାନଗିରି : ଶ୍ରମିକ ମଜୁରୀ ବୃଦ୍ଧି, ସୁରକ୍ଷା ଓ ହକ ଦାବିରେ ଏଆଇଟିୟୁସି ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଏ ନେଇ  ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀ କାଳୀନ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ସର୍ବନିମ୍ନ ମଜୁରୀ ହାର ବୃଦ୍ଧି ଦାବିରେ ମେ’ ୫ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ । ସେହିପରି ଶ୍ରମିକଙ୍କ ହକ ପୂରଣ ଏବଂ ଅଧିକାର ସୁରକ୍ଷା ଦାବିରେ ମେ’ ୨୦ତାରିଖରେ ଦେଶବ୍ୟାପୀ ଧର୍ମଘଟ କରାଯିବ ଓ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ମେ’ ପହିଲା ଶ୍ରମିକ ଦିବସ ପାଳନ କରାଯିବା ପାଇଁ ଅଖିଳ ଭାରତ ଟ୍ରେଡ଼ ୟୁନିୟନ କଂଗ୍ରେସ ପକ୍ଷରୁ ମାଲକାନଗିରି ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଏଆଇ ଟିୟୁସିର ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ମାଲକାନଗିରି ଜିଲ୍ଲା ସଭାପତି ମହାନନ୍ଦ ଦୁର୍ଗା, ଓଡିଶା ରାଜ୍ୟ ପାଚିକା ଜିଲ୍ଲା ସଭାପତି ଦୟାମଣୀ ସମରଥ, ଉପସଭାପତି ଉତ୍ତମ ମଲ୍ଲିକ, ଅଙ୍ଗନବାଡି ସଭାପତି ଭାନି ପୂଜାରୀ, କୁମାର ଅନୁଗୁଳିଆ, ବିଦୁ୍ୟତ ସଂଘର ସନ୍ତୋଷ ପଣ୍ଡା, ମାଥିଲି ବ୍ଲକର ଶ୍ରମିକ ସଭାପତି ମଦନ ଓଝା, ସିପିଆଇର ହରି ଓଡ଼ି ପ୍ରମୁଖ ଉପସ୍ଥିତି ଥିଲେ