ପୁଲିସର ଫ୍ଳାଗ୍ମାର୍ଚ୍ଚ

 ଜଟଣୀ: ଆସନ୍ତା ସାଧାରଣକୁ କିଭଳି ଅବାଧ୍ୟ ଓ ନିରପେକ୍ଷ କରାଯିବ ସେଥି ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯବାନ ଓ ପୁଲିସଙ୍କୁ ନେଇ ଫ୍ଲାଗ୍ ମାର୍ଚ୍ଚ କରାଯାଉଅଛି । ଜଟଣୀ ନିର୍ବାଚନ ମଣ୍ଡଳୀ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଡିସିପିଙ୍କ ନିଦେ୍ର୍ଦଶକ୍ରମେ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ନେତୃôରେ ସହର ଓ ପଞ୍ଚାୟତ ଅଞ୍ଚଳରେ ଗତ ମାର୍ଚ୍ଚ ମାସ ୭ ତାରିଖରେ ପ୍ରଥମେ ଫ୍ଲାଗ୍ ମାର୍ଚ୍ଚର ଆରମ୍ଭ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କନ୍ତିଆ, ନିରଞ୍ଜନପୁର ଓ ରଥିପୁର ଭଳି ଅଞ୍ଚଳ ଗୁଡିକରେ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା । ଏହି ମର୍ମରେ ସାଧାରଣ ଲୋକଙ୍କ ମନୋବଳ ସୁଦୃଢ କରିବା ସହ ସେମାନଙ୍କୁ ସଚେତନ କରାଇବା ସହିତ ନିର୍ବାଚନ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଓ ଅପରାଧୀଙ୍କୁ ଦମନ କରିବା ସହିତ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଭୋଟର ମାନଙ୍କର ମନୋବଳ ବୃଦ୍ଧି କରିବା ନିମନ୍ତେ ସୋମବାର ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି, ହାଟବଜାର ଓ ବାଛରା ଅଞ୍ଚଳରେ ଜଟଣୀ ପୁଲିସ ଓ ହିମାଚଳ ପ୍ରଦେଶ ପୁଲିସ ପକ୍ଷରୁ ମିଳିତ ଭାେ