ଗଣେଶ ପୂଜା ନେଇ ସାମ୍ବାଦିକ ସମ୍ମିଳନୀ

ଜଟଣୀ : ପବିତ୍ର ଗଣେଶ ପୂଜା ଉସôବ ଜଟଣୀର ଅନ୍ୟତମ ସାଂସ୍କୃତିକ ଓ ଭାଇଚାରାର ଉସôବ । ପୂଜା ପାଖେଇ ଆସିଲେ ଚଳ ଚଞ୍ଚଳ ହୋଇଉଠେ ସମଗ୍ର ସହର । ଜଟଣୀ ଗଣେଶ ପୂଜାର ଅନ୍ୟତମ ବିଶେଷତଃ ହେଲା ଏଠାରେ ଗଶେଶଙ୍କ ସହ ମା’ଲକ୍ଷ୍ମୀ ଓ ସରସ୍ୱତୀ ଏକତ୍ର ପୂଜା ପାଆନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ଝରଣା କଲ୍ୟାଣ ମଣ୍ଡପ ପରିସରରେ ବ୍ୟବସାୟୀ ମହାସଂଘ ଓ ଭସାଣି କମିଟି ପକ୍ଷରୁ ମିଳିତ ଭାବେ ମହାସଂଘର ସଭାପତି ସୁଦର୍ଶନ ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ପ୍ରସିଦ୍ଧ ପୂଜା ଉସôବ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସୁନ୍ଦରାୟ କହିଥଲେ ଯେ, ଚଳିତବର୍ଷ ପୂଜା ଉସôବକୁ ଆହୁରି ସରସ ସୁନ୍ଦର କରାଯିବ । ସେହିପରି ଗଣେଶ ପୂଜା ପାଖେଇ ଆସିଲେ ପୌରପାଳିକାର ମଣ୍ଡପ ଗୁଡିକ ବାବଦରେ ଆଲୋଚନା ହେଉଥିବା ବେଳେ ପ୍ରକୃତ ପକ୍ଷେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ମହାସଂଘର ସମ୍ପାଦକ ସୁଜିତ କୁମାର ରାଉତରାୟ ବିଶେଦାଗାର କରିଥିଲେ । ରମେଶଚନ୍ଦ୍ର ମହାପାତ୍ର, ସଂଗ୍ରାମକେଶରୀ ରାଉତରାୟ, ଦିଲ୍ଲୀପ କୁମାର ମାର୍ଥା, ରମେଶ ଚନ୍ଦ୍ର ମହାପାତ୍ର, ରବିନ୍ଦ୍ର କୁମାର ଅଗ୍ରୱାଲ, ଜାନକୀବଲଭ ମିଶ୍ର, ଶଶାଙ୍କ ଶେଖର ରାୟ, ମନୋଜ ସ୍ୱାଇଁ, ପ୍ରଦୀପ୍ତ କୁମାର ବଳିୟାରସିଂହଙ୍କ ସମେତ ପ୍ରାୟ ପନ୍ଦରଟି ପୂଜା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।