ରେଳ କଲୋନୀ ବସ୍ତି ବାସହରାଙ୍କ ଥଇଥାନ କଥା ଭୁଲିଗଲା ପ୍ରଶାସନ

ଜଟଣୀ: ଜଟଣୀ ପୌରପରିଷଦ ଅନ୍ତର୍ଗତ ରେଳବାଇ କଲୋନୀ ମାନଙ୍କରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ପ୍ରକୃତ ଭୂମିହୀନ ଗରିବ ଶ୍ରେଣୀୟ ଝୁମ୍ପୁଡି ବାସିନ୍ଦା ମାନେ ଭୂମିହୀନ ଯୋଜନାରେ ସାମିଲ ହୋଇନପାରି ହନ୍ତସନ୍ତ ହେଉଛନ୍ତି । ପୂର୍ବତଟ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ବହୁ ଉନ୍ନତି ମୂଳକ କାର୍ଯ୍ୟ ·ଲୁ ରହିଥିବାବେଳେ ଏଥିପାଇଁ ବହୁ ଜମି ଆବଶ୍ୟକ ରହିଛି । ଯେଉଥିପାଇଁ ରେଳ ପରିସୀମା ମଧ୍ୟରେ ଝୁମ୍ପୁଡି ବାସିନ୍ଦାଙ୍କୁ ଉଛେଦ ପାଇଁ ବର୍ଷ ବର୍ଷ ଧରି ନୋଟିସ ପରେ ନୋଟିସ୍ ଦିଆଯାଇ ରେଳ ପ୍ରଶାସନର ଧ÷ର୍ଯ୍ୟଚ୍ୟୁତ ପରେ କୌଣସି ରାଜନୈତିକ ·ପକୁ ଖାର୍ତି ନକରି ପରିଶେଷରେ ଏଠାରୁ ବେଆଇନ୍ ବସ୍ତି ଉଛେଦ କରାଯାଇଛି । ତେବେ ଏହି ଉଛେଦ କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ଝୁମ୍ପୁଡି ବାସିନ୍ଦା ମାନଙ୍କ ଥଇଥାନ ପାଇଁ ରାଜନୈତିକ ଦଳ ମାନଙ୍କ ତରଫରୁ କୁମ୍ଭୀର କାନ୍ଦଣା ଦେଖାଇ ରେଳବାଇ ମଣ୍ଡଳ ପ୍ରବନ୍ଧକଙ୍କୁ ଝୁମ୍ପୁଡି ଉଛେଦ ସ୍ଥଗିତ ରଖିବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ପରିଶେଷରେ ଶତକଡା ୯୦ ଭାଗ ବେଆଇନ୍ ଝୁମ୍ପୁଡ଼ି ବସ୍ତି ଗୁଡିକୁ ଭାଙ୍ଗି ଦିଆଯାଇଥିଲା । ତେବେ ରାଜ୍ୟସରକାରଙ୍କ 'ଜାଗା ମିଶନ 'ଜରିଆରେ ରେଳ କଲୋନୀରେ ରହୁଥିବା ସମସ୍ତ ଝୁମ୍ପୁଡି ବାସି ତଥା ଭୂମିହୀନ ମାନଙ୍କୁ ପୃଥକ ପୃଥକ ଭାବେ ସ୍ଥାୟୀ ଜମି ପ୍ରଦାନ ପାଇଁ ମହାତ୍ମାଗାନ୍ଧି ଓ ଲାଲବାହାଦୁର ଶାସ୍ତ୍ରୀ ସ୍ମୃତି କମିଟି ତରଫରୁ ବହୁବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ଲଢେଇର ମଙ୍ଗ ଧରିଥିବା ନେତା ଟୁନା ମିଶ୍ରଙ୍କ ଅକାଳ ବିୟୋଗରେ ଏହି ଦାବିର ସ୍ୱର ଦବି ଯାଇଥିଲା । ତେବେ ନକଲି ଭୂମିହୀନଙ୍କ ପାଇଁ ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ମୁଣ୍ଡ ଗୁଞ୍ଜିବାକୁ ଜାଗା, ସରକାର ବସ୍ତିବାସିନ୍ଦାଙ୍କୁ ସହରର ଜୀବନ ରେଖା କହି ଆଇନ ପ୍ରଣୟନ କରି ଜାଗା ମିଶନ ଯୋଜନାର ବ୍ୟାପକ ପ୍ର·ର କରୁଛନ୍ତି । ପ୍ରକୃତରେ ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ ଯୋଜନାରେ ବସ୍ତିରେ ପ୍ରକୃତରେ ରହୁଥିବା ଅନେକ ଶ୍ରମଜୀବୀ ପରିବାରଙ୍କୁ ଏହି ହିତାଧିକାରୀ ତାଲିକାରୁ ବଞ୍ଚିତ କରାଯାଇ ଯେଉଁମାନେ ବସ୍ତିରେ କେବେ ରହିନଥିଲେ ଏପରିକି ଜଟଣୀ ସହରର ବାସିନ୍ଦା ନଥିଲେ, ବାହାର ଅଞ୍ଚଳରୁ ଆସି ରେଳବାଇ ·କିରି କିମ୍ବା, ସରକାରୀ ଶିକ୍ଷକ ହେଉ ବା ଅନ୍ୟ କିଛି କ୍ଷେତ୍ରରେ ସରକାରୀ ·କିରୀ କରିଛନ୍ତି, ଏପରିକି ଅନ୍ୟ ସ୍ଥାନରେ ନିଜର କି ପରିବାର ସଦସ୍ୟଙ୍କ ନାମରେ ସ୍ଥିତିବାନ ଜମି, ଦାମୀ ଆପାର୍ଟମେଣ୍ଟ ଓ କୋଠାଘର ରହିଛି ସେମାନଙ୍କ ନାମରେ ଏହି ସବୁ ସରକାରୀ ଜମି ଆଲଟମେଣ୍ଟ ହୋଇଛି । ପୌର କର୍ମ·ରୀ, ଭୂମିହୀନ ଚୟନ ଓ ଚିହ୍ନଟ କରିବା ପାଇଁ ନିଯୁକ୍ତ ହୋଇଥିବା ଉଷା ସର୍ଭେ ନାମକ ଏନଜିଓର ଅଧିକାରୀ ହୁଅନ୍ତୁ ବା କର୍ମ·ରୀ ମାନେ କିଛି ନେତାଙ୍କ ସହ ଅସାଧୁମେଣ୍ଟ କରି ଭିତିରିଆ କାରବାର ପୂର୍ବକ ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ ଜମି ଗୁଡିକୁ ଚଞ୍ଚକତାପୂର୍ଣ୍ଣ ଭାବେ ବହୁ ଥିଲାବାଲାଙ୍କ ନାମରେ ଉଲ୍ଲେଖ କରିଛନ୍ତି ଯାହାକି ଅଶାନ୍ତିର ମୂଳ କାରଣ ହୋଇଛି । ଅନ୍ୟପକ୍ଷରେ ରେଳ ଜମି ବାସହରା ଲିଷ୍ଟରେ ସମ୍ପୂର୍ଣ୍ଣ ସ୍ଚ୍ଛତା ନଥିବା ଅନୁମାନ କରି ଦେଢ଼ବର୍ଷ ତଳେ ଖୋଦ୍ ନଗରପାଳ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପାଇଁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ପୌର ସଭାଗୃହରେ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ନଗରପାଳ ଅନନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ମିଳିତ ବୈଠକରେ ଉପାଧ୍ୟକ୍ଷା ଆରତୀ ରାଉତ, ରେଳବାଇ ଅଞ୍ଚଳରେ ଥିବା କାଉନସିଲର ପୌରଯନ୍ତ୍ରୀ, ଅତିରିକ୍ତ ତହସିଲଦାର, ଜନସ୍ୱାସ୍ଥ୍ୟ ବିଭାଗ ଓ ବିଦ୍ୟୁତ ବିଭାଗ ଯନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଖୁବ୍ ଶୀଘ୍ର ଏକ କୋର୍ କମିଟି ଗଠନ କରାଯାଇ ବିଭାଗୀୟ ଅମିନଙ୍କ ଦ୍ାରା କମିଟି ଚୟନ କରିଥିବା ସରକାରୀ ଜମିର ରିପୋର୍ଟ ଅନୁସାରେ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ, ଏଥିପାଇଁ ଦଲାଲ୍ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ତକ୍ରାଳୀନ ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ଗୁରୁତ୍ୱାରୋପ କରିଥିଲେ । ତେବେ ଏହି ପ୍ରକ୍ରିୟା କେବଳ ଆଲୋଚନାରେ ସୀମିତ ରହିଥିବା ବହୁ କ୍ଷତିଗ୍ରସ୍ତ ବାସହରା ଜନସାଧାରଣ ମାନେ ପ୍ରକାଶ କରିଛନ୍ତି ।