ଲାଙ୍ଗୁଏଜ୍ ଆଣ୍ଡ୍ ଲର୍ଣ୍ଣିଂ ଫାଉଣ୍ଡେସନର ବାର୍ଷିକୋତ୍ସବ ‘ଭାଷା ଭିତ୍ତିକ ଶିକ୍ଷା ଏକ ଆହ୍ୱାନ’

 ନୂଆଦିଲ୍ଲୀ/ଭୁବନେଶ୍ୱର : ଲାଙ୍ଗୁଏଜ୍ ଆଣ୍ଡ୍ ଲର୍ଣ୍ଣିଂ ଫାଉଣ୍ଡେସନ (ଏଲଏଲଏଫ)ର ୧୦ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆମ ସମ୍ବିଧାନ ବହୁ ଭାଷାଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ସମସ୍ତ ଭାରତୀୟ ଭାଷାର ସଂରକ୍ଷଣ ଏବଂ ବିକାଶକୁ ସମର୍ଥନ କରୁଥିବା ବେଳେ ବର୍ତ୍ତମାନ ସମୟରେ ଭାଷା ଭିତ୍ତିକ ଶିକ୍ଷା ଏକ ବିଶ୍ୱସ୍ତରୀୟ ଆହ୍ୱାନ ହୋଇଛି ବୋଲି କହିଥିଲେ ।
ୟୁନିସ୍କର ଗ୍ଲୋବାଲ ଏଜୁକେସନ ମନିଟରିଂ ରିପୋର୍ଟ ୨୦୧୬ ଅନୁଯାୟୀ, ବିଶ୍ୱର ପ୍ରାୟ ୪୦ ପ୍ରତିଶତ ଲୋକ ଯେଉଁ ଭାଷାରେ ବୁଝନ୍ତି ସେହି ଭାଷାରେ ଶିକ୍ଷା ପାଇ ପାରୁନାହାନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଯେଉଁ ଭାଷାରେ ଭଲ ଭାବରେ କହିବେ ଓ ବୁଝିବେ, ସେପରି ଶିକ୍ଷାଦାନ ଓ ଶିକ୍ଷଣକୁ ପ୍ରୋସôାହିତ କରିବା ପାଇଁ ନୀତିଗତ ହସ୍ତକ୍ଷେପ ନିମନ୍ତେ ଆହ୍ୱାନ ଦେବା ଅଧିକ ଜରୁରୀ ବୋଲି ଧର୍ମେନ୍ଦ୍ର ମତବ୍ୟକ୍ତ କରିଥିଲେ । ଜାତୀୟ ଶିକ୍ଷା ନୀତିକୁ ଅକ୍ଷର ଅକ୍ଷରରେ କାର୍ଯ୍ୟକାରୀ କରି ଆମେ ଆମ ଦେଶର ସମଗ୍ର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବା ।  ଗୁଣାତ୍ମକ ଭାଷା ଭିତ୍ତିକ ଶିକ୍ଷାର ଉପଲବ୍ଧତାକୁ ସମ୍ପ୍ରସାରଣ କରିପାରିବା ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଲାଙ୍ଗୁଏଜ୍ ଆଣ୍ଡ୍ ଲର୍ଣ୍ଣିଂ ଫାଉଣ୍ଡେସନ୍କୁ ଏକ ଦଶନ୍ଧିର ଉକôର୍ଷତା ପୂରଣ କରିଥିବାରୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ପ୍ରାରମ୍ଭିକ ବୟସର ଶିକ୍ଷାର୍ଥୀଙ୍କ ମଧ୍ୟରେ ମୌଳିକ ଶିକ୍ଷଣ ଦକ୍ଷତା ଏବଂ ବହୁଭାଷାଭାଷୀ ବିକାଶ କରାଇବା ଦିଗରେ ଏହି ସଂସ୍ଥା ସମର୍ପିତ । ଆମର ବିବିଧ ଭାଷା ହେଉଛି ଆମର ସବୁଠାରୁ ବଡ଼ ଶକ୍ତି । ବୌଦ୍ଧିକ ବିକାଶ ସହ ପରିଚୟ ସୃଷ୍ଟି କରିବା ଏବଂ ଆତ୍ମବିଶ୍ୱାସ ଜାଗ୍ରତ କରିବାରେ ଭାଷାଗୁଡିକ ଆମର ଅବିଚ୍ଛେଦ୍ୟ ଅଙ୍ଗ । ଜାତୀୟ ଶିକ୍ଷା ନୀତି ପ୍ରାଥମିକ ଶିକ୍ଷା ସମୟରେ ମାତୃଭାଷାରେ ଶିକ୍ଷାଦାନକୁ ପ୍ରାଥମିକତା ଦେଉଛି । ବିଶେଷ କରି ଲାଙ୍ଗୁଏଜ୍ ଆଣ୍ଡ୍ ଲର୍ଣ୍ଣିଂ ଫାଉଣ୍ଡେସନ ଭଳି ସଂଗଠନକୁ ଆହ୍ୱାନ କରୁଛି ଯେ  ସେମାନେ ମିଳିତ ଭାବରେ କାର୍ଯ୍ୟ କରନ୍ତୁ ।