ଅଭିଯୁକ୍ତକୁ ଗିରଫ କରୁନି ପୁଲିସ
ାା ପ୍ରଭାନୁ୍ରଜ୍ ।ା ଚିଲିକା : ଗତ ୬ ତାରିଖରେ ମୟୁରଝାଲିଆ ଗ୍ରାମର ଆହତ ଜୟକୃଷ୍ଣ ପ୍ରଧାନଙ୍କୁ ନେଇ ବସନ୍ତ ମଞ୍ଜରୀ ସାଧାରଣ ଚିକିସôାଳୟକୁ ସେହି ଗ୍ରାମର ଗୌତମ ପ୍ରଧାନ ଓ ରଜତ ଦାସ କାର୍ଯ୍ୟରତ ଡାକ୍ତର ଓ ନର୍ସମାନଙ୍କୁ ଗାଳି କରିଥିଲେ । ଏନେଇ ସେମାନେ ପ୍ରତିବାଦ କରିବାରୁ ଆମେ ସାମ୍ବାଦିକ, ଯାହା ଚାହିଁବୁ ତାହା କରିବୁ ବୋଲି ଧମକଚମକ ଦେଇଥିଲେ । ଏଥିସହିତ ଡ୍ରେସିଂରୁମରେ ପଶି ଭଙ୍ଗାରୁଜା କରିଥିଲେ । ପ୍ରାଥମିକ ଚିକିସôା ପରେ ସେମାନେ ଯିବା ସମୟରେ ଏହି ଘଟଣା ପୁଲିସକୁ ଜଣାଇଲେ ହତ୍ୟା କରିବୁ ବୋଲି ଧମକ ଦେଇଥିଲେ । ପରେ ଦାୟିତ୍ୱରେ ଥିବା ଡାକ୍ତର କର୍ମଚାରୀ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି ଥାନାଧିକାରୀ ବିନୟ ରଞ୍ଜନ ପରିଡ଼ା ତଦନ୍ତ ଦାୟିତ୍ୱ ନେଇଥିଲେ । କିନ୍ତୁ ଇତିମଧ୍ୟରେ ୧୭ ଦିନ ବିତିଗଲାଣି ମାତ୍ର ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ଥାନାଧିକାରୀ ଶ୍ରୀ ପରିଡ଼ା କହିଛନ୍ତି ଅଭିଯୁକ୍ତ ଦ୍ୱୟ ଫେରାର୍ ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରିବା ସମ୍ଭବ ହେଉନାହିଁ ବୋଲି ସଫେଇ ଦେଇଛନ୍ତି ।