ବ୍ରାଉନସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା : ଆଦର୍ଶଥାନା ପୁଲିସ ସ୍ଥାନୀୟ ସାମନ୍ତରାପୁର ସିଧେଶ୍ୱର ମନ୍ଦିର ନିକଟରୁ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି । ଗିରଫ ଜଣକ ହେଲେ ଶାଗୁଆନବଗିଚାର ନିରଞ୍ଜନ ପରମାଣିକ ଓରଫ୍ ଚଗୁ (୩୪) । ତାଠାରୁ ୨୦ଗ୍ରାମ ଓଜନ ର ବ୍ରାଉନସୁଗର ସମେତ ୨ଟି ମୋବାଇଲ ଫୋନ,ଓଡି ୩୩ ଏଜି୨୧୪୮ନଂ ବିଶିଷ୍ଠ ଗୋଟିଏ ପଲସର୍ ମୋଟରସାଇକେଲକୁ ପୁଲିସ ଜବତ କରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ୨ଲକ୍ଷ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ନିରଞ୍ଜନ ଉକ୍ତ ମନ୍ଦିର ନିକଟରେ ବ୍ରାଇସୁଗାର ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । କୌଣସି ସୂତ୍ରରୁ ଖବରପାଇ ଏସ୍ପିଙ୍କ ନିଦେ୍ର୍ଦଶ କ୍ରମେ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଏବଂ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକଙ୍କ ତତ୍ତତ୍ୱାବଧାନରେ ସବ୍ ଇନ୍ସପେକ୍ଟର ବି.କେ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଉପୋରକ୍ତ ସ୍ଥାନରେ ଚଢାଉ କରାଯାଇଥିଲା ।