ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ାା ପ୍ରଭାନୁ୍ୟଜ୍ ।ା ବାଲିଅନ୍ତା: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା  । ବାଲିଅନ୍ତା ଥାନା ସରକଣା ଗ୍ରାମର ବିଶ୍ୱଜିତ ସାମନ୍ତରାୟଙ୍କ ଘର ପିଣ୍ଢାରେ ଧାରଣାରେ ବସିଛନ୍ତି ତାଙ୍କ ପ୍ରେମିକା  । ବିଶ୍ୱଜିତଙ୍କ ବିରୋଧରେ ପ୍ରେମ ଏବଂ ପ୍ରତାରଣା ଅଭିଯୋଗ ଆଣିଛନ୍ତି ପ୍ରେମିକା  । ଏ ନେଇ ବଡ଼ଗଡ଼ ଥାନାରେ ପ୍ରେମିକା ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କେବଳ ମାମଲା ରୁଜୁ କରି ବସିପଡିଛି  । ତେବେ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରେମିକା ଜଣକ ପ୍ରେମିକ ଘର ସାମ୍ନାରୁ ଉଠିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି  । ଖବରନେବାରେ ଜଣାପଡିଛି ଗତ ଅଢେଇ ବର୍ଷ ପୂର୍ବେ ବିଶ୍ୱଜିତଙ୍କ ସହ ଯୁବତୀଙ୍କର ଫେସବୁକ ଓ ଇନଷ୍ଟଗ୍ରାମ ଆଦି ସୋସିଆଲ ମିଡ଼ିଆରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା  । ପରେ ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ରହିଥିଲା  । ଯୁବତୀ ଜଣକ ମଝିରେ ମଝିରେ ବିଶ୍ୱଜିତଙ୍କ ଘରକୁ ପରିବାର ସହମତିରେ ଆସି ରୁହନ୍ତି  । ବିବାହ ମଧ୍ୟ ସ୍ଥିର ହୋଇଥିଲା  । ମାତ୍ର ପରବର୍ତ୍ତୀ ସମୟରେ ବିଶ୍ୱଜିତ ଏବଂ ତାଙ୍କ ପରିବାର ବାହାଘର ପାଇଁ ରାଜି ହୋଇନଥିଲେ  । ଏହାପରେ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ  । ଅପରପକ୍ଷରେ ଉକ୍ତ ଯୁବତୀଙ୍କର ମଧ୍ୟ ଏକାଧିକ ଯୁବକଙ୍କ ସହ ସମ୍ପର୍କ ଥିବା ପ୍ରେମିକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି  ।