ଟ୍ରକ ମାଲିକ ସଂଘ ନିର୍ବାଚନ, ଜିତିବା ପାଇଁ ପ୍ରାର୍ଥୀଙ୍କର ପ୍ରାଣମୂର୍ଚ୍ଛା ଉଦ୍ୟମ

ାା ପ୍ରଭାନୁ୍ୟଜ୍ ।ା ଆନନ୍ଦପୁର : ରାଜ୍ୟରେ ସାଧାରଣ ନିର୍ବାଚନ ହେଉ କିମ୍ବା ଟ୍ରକ ମାଲିକ ସଂଘ ନିର୍ବାଚନ ହେଉ କେନ୍ଦୁଝର ଜିଲ୍ଲା ସର୍ବଦା ଚର୍ଚ୍ଚାରେ ରହିଥାଏ । ଏହି ଜିଲ୍ଲା ଉପରେ ସାରା ରାଜ୍ୟର ନଜର । ଜିଲ୍ଲାର ଟ୍ରକ ମାଲିକ ସଂଘ ନିର୍ବାଚନ ଆସନ୍ତା ୨୮ ତାରିଖରେ ହେବାକୁ ଥିବା ବେଳେ ସଭାପତି, ଉପସଭାପତି, ସମ୍ପାଦକ ପଦବୀର ପାର୍ଥି ମାନେ ଜିତିବା ପାଇଁ ପ୍ରାଣ ମୁର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ତେବେ ସଭାପତି କିମ୍ବା ସମ୍ପାଦକ ପଦବୀ ପାଇଁ ଯେତିକି ଚର୍ଚ୍ଚା ହେଉଛି ତାଠାରୁ ଅଧିକା ଉପସଭାପତି ପଦବୀ ପାଇଁ ହେଉଛି । ବିଶେଷ କରି ଆନନ୍ଦପୁର ଜୋନ ଉପସଭାପତି ପାଇଁ କଡ୍ଡା ଟକ୍କର ଦେଖିବାକୁ ମିଳିଛି । ଏହି ପଦବୀ ପାଇଁ ସର୍ବାଧିକ ୮ ଜଣ ପାର୍ଥି ନିଜର ନାମାଙ୍କନ ଭରିଥିବା ବେଳେ କୌଣସି ପାର୍ଥି କାହାଠାରୁ କମ ନୁହନ୍ତି । ତେବେ ଏହି ପଦବୀ ପାଇଁ ଚର୍ଚ୍ଚାରେ ସର୍ବାଗ୍ରେ ରହିଛନ୍ତି ଯୁବ ଟ୍ରକ ମାଲିକ ଜୟନାରାୟଣ ସାହୁ । ଶ୍ରୀ ସାହୁ ଉଚ୍ଚଚ ଶିକ୍ଷିତ ସହ ମେଳାପି ଏବଂ ଯୁବ ବର୍ଗର ହୋଇଥିବାରୁ ତାଙ୍କୁ ଅଧିକାଂଶ ଟ୍ରକ ମାଲିକ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ସେହିପରି ଜୟନାରାୟଣ ତାଙ୍କ ସମର୍ଥକଙ୍କ ଗହଣ ରେ ବିଭିନ୍ନ ଅଞ୍ଚଳ ବୁଲି ଟ୍ରକ ମାଲିକ ମାନଙ୍କ ସମର୍ଥନ ହାସଲ କରୁଥିବା ବେଳେ ଟ୍ରକ ମାଲିକ ମାନେ ମଧ୍ୟ୍ୟ ତାଙ୍କୁ ଖୋଲା ଖୋଲି ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି । ଏପଟେ ଦୀର୍ଘ ବର୍ଷ ଧରି ଟ୍ରକ ମାଲିକ ମାନେ ବିଭିନ୍ନ ସମସ୍ୟା ଜର୍ଜରିତହୋଇ ଅସନ୍ତୋଷ ରେ ରହି ଆସୁଥିବାବେଳେ ଅବହେଳିତ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ତାଙ୍କର ପ୍ରଥମ ଲକ୍ଷ ବୋଲି କହିଥିଲେ । ସେହିପରି ଜୟନାରାୟଣ ପୂର୍ବରୁ ଟ୍ରକ ମାଲିକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏବଂ ସେସବୁକୁ ସମାଧାନ ଦିଗରେ ସର୍ବଦା ସେମାନଙ୍କ ସହିତ ରହି ଆସିଛନ୍ତି । ସ୍ୱଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତି ସହିତ ଉଚ୍ଚ ଶିକ୍ଷିତ ଏବଂ ଯୁବବର୍ଗର ହୋଇଥିବାରୁ ଏହି ନୂଆ ମୁହଁକୁ ନେଇ ଟ୍ରକ ମାଲିକଙ୍କ ମଧ୍ୟ୍ୟରେ ଜୟନାରାୟଣଙ୍କୁ ନେଇ ଚର୍ଚ୍ଚା ଯୋର ଧରିଛି । ସେହିପରି ଆନନ୍ଦପୁର ପୌରପରିଷଦର ପ୍ରାକ୍ତନ ଉପାଧକ୍ଷ୍ୟ ସୁରେଶ ସାହୁ ଏହି ପଦବୀ ପାଇଁ ନିର୍ବାଚନ ଲଢୁ ଥିବା ବେଳେ ସେ ବି ଟ୍ରକ ମାଲିକ ଙ୍କ ସମର୍ଥନ ପାଇବା ପାଇଁ ପ୍ରାଣ ମୁର୍ଚ୍ଛା ଉଦ୍ୟମ ଜାରି ରଖିଥିବା ନେଇ ଚର୍ଚ୍ଚା ଲାଗିରହିଛି । ଅନ୍ୟପଟେ ଏକାଧିକ ଥର ଟ୍ରକ ମାଲିକ ସଂଘ ସଭାପତି ଆସନ ଅଳଙ୍କୃତ କରିଥିବା ରମାକାନ୍ତ ନାୟକଙ୍କ ପୁଅ ଦେବଦତ୍ତ ନାୟକ ମଧ୍ୟ୍ୟ ଚଳିତ ନିର୍ବାଚନ ରେ ଉପସଭାପତି ପଦ ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ସେ ମଧ୍ୟ୍ୟ କମ ଖେଳୁଆଡ଼ ନୁହନ୍ତି । ବାପା ଅନେକ ଥର ସଭାପତି ଥିବାରୁ ତାଙ୍କର ମଧ୍ୟ ଅନେକ ଟ୍ରକ ମାଲିକ ସହ ସୁସମ୍ପର୍କ ରହି ଆସିଛି । ତେବେ ୨୮ ତାରିଖ ଦିନ ନିର୍ବାଚନ ସରିବା ପରେ ନିର୍ବାଚନ ଫଳାଫଳ ଆସିବା ପରେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିଛି ଜଣା ପଡିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିଛି ।