ଗଣେଶପୂଜା ପ୍ରସ୍ତୁତି ବୈଠକ
ଜଟଣୀ : ପବିତ୍ର ଗଣେଶ ପୂଜା ଉତ୍ସବ ଜଟଣୀର ଅନ୍ୟତମ ସାଂସ୍କୃତିକ ଓ ଭାଇଚାରାର ଉତ୍ସବ । ପୂଜା ପାଖେଇ ଆସିଲେ ଚଳ ଚଞ୍ଚଳ ହୋଇଉଠେ ସମଗ୍ର ସହର । ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଇନ୍ଦୁ ପୂର୍ଣିମା ଦିନ ବିଭିନ୍ନ ଥାନରେ ପୂଜା ପାଉଥିବା ଠାକୁର ମାନେ ବିସର୍ଜନ ହୁଅନ୍ତି । ଜଟଣୀ ଗଣେଶ ପୂଜାର ଅନ୍ୟତମ ବିଶେଷତଃ ହେଲା ଏଠାରେ ଗଶେଶଙ୍କ ସହ ମା ଲକ୍ଷ୍ମୀ ଓ ସରସ୍ୱତୀ ଏକତ୍ର ପୂଜା ପାଆନ୍ତି । ଏଥି ସହ ଭିନ୍ନଭିନ୍ନ ମଣ୍ଡପରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ । ସବୁ ପୂଜା ମଣ୍ଡପ ନିକଟରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ନଗର ପାଳିକା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । ଦୀର୍ଘ ଦଶ ଦିନ ଧରି ଛୋଟ ବଡ଼ ହୋଇ ୧୦୦ ରୁ ଅଧିକ ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଥିଲେହେଁ ସ୍ୱୀକୃତି ପ୍ରାପ୍ତ ୧୭-୧୮ଟି ବଜାର କମିଟିର ମଣ୍ଡପ ଗୁଡିକୁ ପ୍ରାଧ୍ୟାନ୍ୟ ଦିଆଯାଇଥାଏ । ଏହି ପରିପ୍ରେକ୍ଷୀରେ ପୌରପାଳିକା ପକ୍ଷରୁ ସ୍ଥାନୀୟ ଉତ୍ତରାୟଣୀ କ୍ଲବ ପରିସରରେ ପୌର ଅଧ୍ୟକ୍ଷ ଅନନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ସଭାରେ ଉପାଧ୍ୟାକ୍ଷା ଆରତୀ ରାଉତ, ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କ ସମେତ ପୁଲିସ ଅଧିକାରୀ, ୱାଟକୋ ଅଧିକାରୀ, ବିଦୁ୍ୟତ ବିଭାଗ ଅଧିକାରୀ, ପୂର୍ତ୍ତବିଭାଗ ଯନ୍ତ୍ରୀ ଓ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଯେଉଁ ବଜାର କମିଟି ଗୁଡିକୁ ନେଇ ଆଗକୁ ପୂଜା ମାହୋଲ ସରଗରମ ହେବାକୁ ଯାଉଛି ସେହି ମହାସଂଘ ଏହି ବୈଠକକୁ ନଆସି ପରୋକ୍ଷରେ ପୌରପାଳିକାର ମିଥ୍ୟା ପ୍ରତିଶ୍ରୁତିକୁ ନେଇ ବୈଠକ ବର୍ଜନ କରିଥିବା ମହାସଂଘ ପକ୍ଷରୁ ବିବୃତି ଦିଆଯାଇଥିଲା । ଅପରପକ୍ଷେ ଆଗାମୀ ପୂଜା ଉସôବ ପୂର୍ବରୁ ପୌରପାଳିକା ହେଉବା ଅନ୍ୟ ସବୁ ବିଭାଗ ସମସ୍ୟା ସମାଧାନ ଦିଗରେ କିକି ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି ।