ପୁଲିସ ବିରୁଦ୍ଧରେ ଏସପିଙ୍କୁ ଭେଟିଲେ ପୀଡିତା

 ।ା ପ୍ରଭାନୁ୍ୟଜ ।ା ପାଣିକୋଇଲି: ମାରଣାସ୍ତ୍ରରେ ଆକ୍ରମଣ ଓ ଅର୍ଦ୍ଧ ଉଲଗ୍ନ କରି ମାଡ ମାରିବା ମାମଲାରେ ସୁକିନ୍ଦା ପୁଲିସ କାର୍ଯ୍ୟାନୁଷ୍ଠାନ ପରିବର୍ତେ ନିରବତା ଅବଲମ୍ବନ କରିଛି । ଫଳରେ ପିଡିତା ଜିଲା ପୁଲିସ ମୁଖ୍ୟାଳୟରେ ପହଁଚି ନ୍ୟାୟ ପାଇଁ ଗୁହାରୀ କରିଛନ୍ତି । ସୁକିନ୍ଦା ଥାନା ଅନ୍ତର୍ଗତ ଅତା ଗ୍ରାମର ପ୍ରଶାନ୍ତ ଦାସଙ୍କ ସ୍ତ୍ରୀ ରୀନା ସେଠୀଙ୍କ ଅଭିଯୋଗ ମୁତାବକ ଗତ ଅକ୍ଟୋବର ୨୦ ତାରିଖ ଦିନ ତାଙ୍କ ଶାରିରୀକ ବିକଳାଙ୍ଗ ସ୍ୱାମୀ ଓ ନାବାଳକ ପୁଅ ଘର ନିକଟସ୍ଥ ନଳକୂପରୁ ପାଣି ଆଣିବାକୁ ଯାଇଥିବା ବେଳେ ତାଙ୍କ ପଡୋଶୀ ବିଷ୍ଣୁ ଦାସ, ତାଙ୍କ ସ୍ତ୍ରୀ ଝରଣା ଓ ପୁଅ ସୁଂଧାଶୁ ପହଁଚି ଜାତିଆଣା ଅଶ୍ଲୀଳ ଗାଳି ଗୁଲଜ କରିଥିଲେ । ପାଟି ଶୁଣି ରୀନା ସେଠାରେ ପହଁଚିବାରୁ ସୁଧାଂଶୁ ତାଙ୍କ ନାଇଟକୁ ଟାଣି ଅର୍ଦ୍ଧ ଉଲଗ୍ନ କରି ମାଡ ମାରିଥିଲା । ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ପ୍ରଶାନ୍ତଙ୍କ ଆଂଗୁଠି କଟିଯିବା ସହ ବେକ ହଣାରୁ ରକ୍ଷା ପାଇଥିଲେ । ସେମାନେ ଜୀବନ ବଂଚାଇ ଘରକୁ ଦୌଡି ପଳାଇଥିଳେ । ଫଳରେ ଅଭିଯୁକ୍ତ ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଳେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ବାଧ୍ୟ ହୋଇ ନ୍ୟାୟ ପାଇଁ ଜିଲା ଆରକ୍ଷô ଅଧିକ୍ଷକଙ୍କୁ ଗୁହାରୀ କରିଛନ୍ତି ।