ବନମହୋସôବ ସପ୍ତାହ
ଆନନ୍ଦପୁର: ଆନନ୍ଦପୁର ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ବନମୋହୋସôବ ପାଳିତ ହୋଇଯାଇଛି । ଏହି ଅବସରରେ ରାମଚନ୍ଦ୍ରପୁର ରେଞ୍ଜ୍ ଅନ୍ତର୍ଗତ ସାଇଁକୁଳ ଦୁର୍ଗା ମନ୍ଦିର ସମ୍ମୁଖ ୨୦ନଂ ଜାତୀୟ ରାଜପଥ କଡ଼ ଏବଂ ଦୁର୍ଗା ପଡ଼ିଆରେ ଆନନ୍ଦପୁର ବନ୍ୟପ୍ରାଣୀ ବନାଞ୍ଚଳ ଓ ସାଇଁକୁଳ ମା’ ଦୁର୍ଗା ବଣିକ ସଂଘର ମିଳିତ ସହଯୋଗରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇଛି । ବଣିକ ସଂଘର ସଭାପତି ରାଜୀବ ଲୋଚନ ଚକ୍ରଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ପବିର୍ କୁମାର ଚକ୍ରଙ୍କ ସଂଯୋଜନାରେ ଅତିଥି ଭାବେ ରାମଚନ୍ଦ୍ରପୁର ବନପାଳ କେଦାର ପାତ୍ର, ଆମ ଜଙ୍ଗଲ ଯୋଜନାର ଡିଓ ଚିତ୍ତରଞ୍ଜନ ପାଲ, ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବଣିକ ସଂଘର ସମସ୍ତ ସଦସ୍ୟ ମାନଙ୍କ ସହିତ ସମାଜସେବୀ ଅବିନାଶ ପରିଡ଼ା ଏବଂ ରାମଚନ୍ଦ୍ରପୁର ରେଞ୍ଜ ସ୍କ୍ୱାର୍ଡ ଅଜୟ ଜେନା, ଟୁକୁନା ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ଭଦ୍ରକ: ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ପୌରହିତ୍ୟରେ ସାତଭଉଣୀ ଉଚ୍ଚ ବିଦ୍ୟାପୀଠ, ଭଦ୍ରକ ପରିସରରେ ବନମହୋସôବ ପାଳନ ନିମିତ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ପରିଚାଳନା କରିଥିଲେ । ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଳୟର ସମସ୍ତ ବିଚାରପତି ବୃନ୍ଦ, ପୁଲିସ୍ ବିଭାଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା, ସହକାରୀ ସଂରକ୍ଷଣ ବନ୍ୟ ଅଧିକାରୀ ସୁମିତ ମହାନ୍ତି ଏବଂ ଭଦ୍ରକ ଉପଖଣ୍ଡ ଅଧିକାରୀ ପ୍ରିତିରାଣୀ ଦାସ ତଥା ସାତଭଉଣୀ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଭାମାମଣୀ ଦାସଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ, ଟ୍ରିଫେମିଲିର ସଦସ୍ୟଗଣ ପ୍ରମୁଖ ସାମିଲ ହୋଇଥିଲେ ।
ପାଣିକୋଇଲି : ମା’ତାରିଣୀ ମହାବିଦ୍ୟାଳୟରେ ବନ ମହୋସôବ ଦିବସ ପାଳିତ ହୋଇଛି । ପାଣିକୋଇଲି ଫରେଷ୍ଟ ବିଟ ଅଫିସର ସାଇସ୍ମୃତି ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା । ବୃକ୍ଷରୋପଣ ଉସôବରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତି ଅତିଥିଭାବେ ଯୋଗଦେଇ ଚାରାରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଡକ୍ଟର ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଅଧ୍ୟାପକ ସତ୍ୟଜିତ୍ ମହାନ୍ତି ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ମହାବିଦ୍ୟାଳୟ ପରିସରରେ ୫୦ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା ।