ଦୁର୍ଘଟଣାରେ ମୃତ ଯୁବକଙ୍କ ଶବ ଆଣିବାକୁ ଅନୁରୋଧ

 ଆନନ୍ଦପୁର : ଚେନାଇରେ କାର୍ଯ୍ୟରତ ଆନନ୍ଦପୁର ଅଞ୍ଚଳର ଜଣେ ଯୁବକଙ୍କ ସଡକ ଦୁର୍ଘଟଣାରେ ମୃତୁ୍ୟ ହୋଇଛି  । ଯୁବକ ଜଣକ ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ବରମାଳ ଗ୍ରାମର ପ୍ରଭାକର ବାରିକଙ୍କ ପୁଅ ପ୍ରକାଶ ବାରିକ  । ପ୍ରକାଶଙ୍କ ପରିବାର ଆର୍ଥିକ ଅନାଗ୍ରସରର ଅଟନ୍ତି  । ପରିବାର ପ୍ରତିପୋଷଣ କରିବା ପାଇଁ ପ୍ରକାଶ ସୁଦୂର ଚେନ୍ନାଇରରେ ଟିସିଏସରେ ସିକୁରିଟି ଗାର୍ଡ ଚାକରି କରୁଥିଲେ  । ତେବେ ଗତ କାଲି ରାତିରେ ତାଙ୍କର ସଡକ ଦୁର୍ଘଟଣାରେ ମୃତୁ୍ୟ ହୋଇଥିଲା  । ପ୍ରକାଶଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ପ୍ରକାଶଙ୍କ ମୃତ ଶରୀର କାଞ୍ଚିପୁରମରୁ ନିଜ ପୈତୃକ ଗ୍ରାମକୁ ଆଣିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି  ।