ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର : ବାଲେଶ୍ୱର ପୌରପରିଷଦ ୧୧ନଂଓ ୩ନଂ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମୟଏହି ଅବସରରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଘରକୁ ଘର ବୁଲି ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ସଚେତନତା କରାଇବା ସହ ଆସନ୍ତା ଜୁନ ୧ ତାରିଖରେ ଉଭୟ ସାଂସଦ ଓବିଧାୟକ ପାର୍ଥିଙ୍କୁ ଶଙ୍ଖ ଚିହ୍ନରେ ଆର୍ଶିବାଦ ଭିକ୍ଷା କରିଥିଲେ । ଏହି ଅବସରରେ ମଧ୍ୟରେ ପୌରପରିଷଦ ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରଂଜନ ବାଗ, କାଉନସିଲର ସେକ ନୌସାଦ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ, ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଜୟଶ୍ରୀ ବିଶ୍ୱାଳ, ନାରୀ ନେତ୍ରୀ ରାଜଲକ୍ଷ୍ମୀ ·ଟ୍ଟାଜୀ, କାଉସିଲର କାର୍ତିକ ସାହୁ, ସେକ ଆୟୁବ, ପୂର୍ବତନ କାଉସିଲର ସାକିର ଖାନ, ଅଶୋକ ଆଢ୍ୟ, ବିଧାୟକଙ୍କ ପ୍ରତିନିଧି ଅଭିଜିତ ଦାସ, ବିଜେଡି ନେତା ଜଗନ୍ନାଥ ମହାରଣା ପ୍ରମୁଖ ସାମିଲ ହୋଇ ବିଜୁ ଜନତା ଦଳ ପାଇଁ ପ୍ର·ର କରିଥିଲେ ।