ୱାକଫ୍‌ ବିଲକୁ ନେଇ ବିଜେଡିରେ ଗୋଷ୍ଠୀ କନ୍ଦଳ

ୱାକଫ ବିଲକୁ ନେଇ ବିଜେଡିରେ ତୀବ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ । ତିନି ଭାଗରେ ଭାଗ ଭାଗ ହୋଇଛନ୍ତି ନେତା ।  ଭୁବନେଶ୍ବର ପଟିଆସ୍ଥିତି କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ବୈଠକରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା । ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଥିଲା  । ସେପଟେ ବିଧାୟକ ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଛନ୍ତି ଅନ୍ୟ ଗୋଷ୍ଠୀର ନେତା  ।  ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଦେବି ମିଶ୍ର ଏବଂ ପ୍ରଣବ ପ୍ରକାଶ ଦାସ  ।  ଯାହାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ସେପଟେ କିଛି ସମୟ ପରେ ବିଜେଡିର ଯୁବ ନେତା ଦଳର ସୁପ୍ରିମୋଙ୍କୁ ଭେଟିବେ ।ଅନ୍ୟପଟେ ଜାତୀୟ ସ୍ତରରେ ବିଜେଡି ରାଜନୀତିକୁ ନେଇ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି । ଏହାରି ଭିତରେ ନବୀନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଛଡ଼ାଯିବନି ବୋଲି କହିଛନ୍ତି ବରିଷ୍ଠ ନେତା ।  ସେପଟେ ଏ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର । କହିଲେ, ନୀଳବର୍ଣ୍ଣ ଶୃଗାଳ ସବୁବେଳେ ନୀଳବର୍ଣ୍ଣ ଶୃଗାଳ । ପ୍ରତ୍ୟେକ ବର୍ଷାରେ ସେ ରଙ୍ଗ ବଦଳେଇବ, ଆଜି ବି ରଙ୍ଗ ବଦଳେଇଛି ।