ରାସ୍ତା ସଂଯୋଗୀକରଣ ପାଇଁ ବିଧାୟକଙ୍କୁ ଦାବି
ାା ପ୍ରଭାନୁ୍ୟଜ ।ା ବାଲିକୁଦା: ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ସବଡ଼ିଭିଜନ ଅଧିନ ବାଉଜଙ୍ଗ-ଧାଉଡ଼ିଆପଦା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଶୋଚନୀୟ ହୋଇପଡ଼ିଛି । ଜଳ ନିସ୍କାସନ ପାଇଁ ଡ୍ରେନ୍ କାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ନହେବାରୁ ପୂର୍ବରୁ ନିର୍ମିତ ହୋଇଥିବା ଡ୍ରେନ୍ ଲାଇନ ଗୁଡ଼ିକ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଥିପାଇଁ ଜଳ ନିସ୍କାସନ ହୋଇପାରୁନାହିଁ । ଯଦ୍ୱାରା ନଳୀପୁର ପଞ୍ଚାୟତର ୯ ଗୋଟି ୱାର୍ଡ଼ ଓ ଚାରିନଙ୍ଗଳ ପଞ୍ଚାୟତର ୨ ଗୋଟି ୱାର୍ଡ଼ ବାସିନ୍ଦାଙ୍କର ବର୍ଷାଦିନେ ଘରେ ପାଣି ପଶିବା ସହ ଘର ଚାରିପଟ ପାଣି ଜମି ରହୁଛି । ଅପରପକ୍ଷେ ଉକ୍ତ ରାସ୍ତାର ପ୍ରସସ୍ଥିକରଣ ଓ ଉନ୍ନତିକରଣ ପାଇଁ ଦୀର୍ଘଦିନ ହେବ କାର୍ଯ୍ୟ ହେଉଥିଲେ ମଧ୍ୟ ଅଦ୍ୟାବଧି ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ । ଏହି ରାସ୍ତାର ବିରୂପା ନଦୀ ଉପରେ ଗୋଟିଏ ସେତୁ ଓ ଚାରିନଙ୍ଗଳ ବଜାର ପଟ୍ଟାମୁଣ୍ଡାଇ କେନାଲ ଉପରେ ୨ ଗୋଟି ସେତୁ ନିର୍ମାଣ ସରିଥିଲେ ମଧ୍ୟ ତାହାର ସଂଯୋଗିକରଣ ଦୀର୍ଘ ବର୍ଷ ହେବ ହୋଇପାରୁନାହିଁ । ଏଥିନେଇ ଚାରିନଙ୍ଗଳ ଓ ନଳୀପୁର ପଞ୍ଚାୟତ ଲୋକେ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ବାଲିଚନ୍ଦ୍ରପୁର ପଞ୍ଚାୟତ ଜଗନ୍ନାଥ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ଜନଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକରଣ କରାଯାଇଛି । ଦାବିପତ୍ରକୁ ବଡ଼ଚଣା ବିଡ଼ିଓ ରବୀନ୍ଦ୍ରନାରାୟଣ ପ୍ରଧାନଙ୍କ ଉପସ୍ଥିତିରେ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଗ୍ରହଣ କରି ବାଲିଚନ୍ଦ୍ରପୁର ଆରଆଇ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକାକୁ ଘଟଣାର ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ୫୩ ନଂ ଜାତୀୟ ରାଜପଥ ଚାରିନଙ୍ଗଳ ଛକ ଠାରୁ ଉଦୟଗିରି-ରତ୍ନଗିରି ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତାଟି ଉଭୟ ପଞ୍ଚାୟତର ଜୀବନରେଖା ସଦୃଶ । ଉକ୍ତ ରାସ୍ତାର ସ୍ଥାୟୀ ପ୍ରତିକାର ପାଇଁ ବଡ଼ଚଣା ବିଧାୟକ ଅମର କୁମାର ନାୟକ ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ଦାବି କରାଯାଇଛି ।