ଜିଲ୍ଲା ଦୌରା ଜଜ୍ଙ୍କ ଗ୍ରାମ୍ୟ ନ୍ୟାୟାଳୟ ସ୍ଥଳ ପରିଦର୍ଶନ 

 ନାଉଗାଁ : ଜଗତସିଂହପୁର ଜିଲ୍ଲା ଦୌରା ଜଜ୍ ଶ୍ରୀନିବାସ ପ୍ରତିହାରୀ ଓ ଜିଲ୍ଲା ଆଇନୀ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ନାଉଗାଁ ବ୍ଲକ ଜରାଶ୍ରମ ଏବଂ ପ୍ରସ୍ତାବିତ ଗ୍ରାମ୍ୟ ନ୍ୟାୟାଳୟ ସ୍ଥଳୀ ପରିଦର୍ଶନ କରିଥିଲେ । ନାଉଗାଁ ବ୍ଲକ ଛକ ସ୍ଥିତ ଜରାଶ୍ରମର ସମୀକ୍ଷା କରି ଅନ୍ତବାସୀଙ୍କ ସହିତ ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ଏହି ସମୟରେ ଜଜ୍ ଓ ସଚିବ ଜରାଶ୍ରମର ସ୍ୱଚ୍ଛତା ଓ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବା ପାଇଁ ଜରାଶ୍ରମ କର୍ମଚାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତହସିଲ ଅଧୀନ ତିହୁଡା ମୌଜାରେ ପ୍ରସ୍ତାବିତ ଗ୍ରାମ୍ୟ ନ୍ୟାୟାଳୟ ନିର୍ମାଣ ସ୍ଥଳୀକୁ ସେମାନେ ପରିଦର୍ଶନ କରି ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ ଜବରଦଖଲ ଉଚ୍ଛେଦ ଓ ଗ୍ରାମ୍ୟ ଅଞ୍ଚଳରେ ଆଇନୀ ସେବା ସୁବିଧା ବୃଦ୍ଧିରେ ଗୁରୁତ୍ୱ ଦେଲେ । ଏଥିରେ ନାଉଗାଁ ତହସିଲଦାର ଅକ୍ଷୟ କୁମାର ବଡୁ ଏବଂ ଅତିରିକ୍ତ ତହସିଲଦାର ଶରତ ପରିଡା ପ୍ରମୁଖ ଉପସ୍ଥିତଥିଲେ ।