ଓଡିଶା ଶିଳ୍ପୀ ମହାସଂଘର ହରିପୁର ଶାଖା ଉଦ୍ଘାଟିତ

 କୁଆଖିଆ: ରସୁଲପୁର ବ୍ଲକ୍ର ହରିପୁର ଠାରେ ଓଡିଶା ଶିଳ୍ପୀ ମହାସଂଘର ଏକ ନୁତନ ଶାଖା ଉଦଘାଟିତ ହୋଇଯାଇଛି । ମହାସଂଘର ସଂପାଦକ ପ୍ରିୟରଞ୍ଜନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନରସିଂହପୁର ସରପଂଚ ପ୍ରଶାନ୍ତ କୁମାର ଦାସ, ସମିତିସଭ୍ୟା ତିଳୋତମା ପରିଡା, ସାମ୍ବାଦିକ ଅମୁଲ୍ୟ କୁମାର ବରାଳ, ଜିଲା ସଭାପତି ପ୍ରଶାନ୍ତ ବେହେରା, କଟକ ଜିଲା ଶାଖା ସଭାପତି ଗୋବିନ୍ଦ ସାମଲ, ଗୋପାଳପୁର ଶାଖା ସଭାପତି ଲକ୍ଷ୍ମୀଧର ଚାନ୍ଦ, ହରିପୁର ଶାଖା ସଭାପତି ଶାନ୍ତିଲତା ବରାଳ, ୱାର୍ଡସଭ୍ୟ ବଳଦେବ ପାତ୍ର, ଯାତ୍ରା ପୋଷାକ କାରିଗର ନରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ସଙ୍ଘର ସଦସ୍ୟା ଦିପ୍ତୀରାଣୀ ବେହେରା ଅତିଥି ପରିଚୟ କରିଥିଲେ । ଶାନ୍ତି ଲତା ବରାଳଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଜୁଲତା ବେହେରା, ନରେନ୍ଦ୍ର ରଣା, କାଳନ୍ଦୀ ବେହେରା, ସୀମାରାଣୀ ପଣ୍ଡା, ଶ୍ୟାମସୁନ୍ଦର ବରାଳ ଓ ଜଗନ୍ନାଥ ଦେଓ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।