ବଡଚଣାରେ କଂଗ୍ରେସ କର୍ମୀଙ୍କ ବୈଠକ
ବାଲିଚନ୍ଦ୍ରପୁର: ବଡଚଣା ବ୍ଲକ କଂଗ୍ରେସ ପକ୍ଷରୁ ୧୯ ନମ୍ବର ଯୋନ୍ ସ୍ତରୀୟ କର୍ମୀ ସମାବେଶ ବ୍ଲକ କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ସାହାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଲୋକସଭା ପ୍ରାର୍ଥୀ ଅଞ୍ଚଳ ଦାସ ଯୋଗଦେଇ ଗଣତନ୍ତ୍ରର ରକ୍ଷା ଓ ସମ୍ବିଧାନର ସୁରକ୍ଷା ନିମିତ ଇଣ୍ଡିଆ ମେଣ୍ଟ ସପକ୍ଷରେ ମତଦାନ କରିବାକୁ ଆହ୍ୱାନ ଦେଇଥିଲେ । ବଡଚଣା ବିଧାନସଭା ପ୍ରାର୍ଥୀ ଅଜୟ କୁମାର ସାମଲ ଯୋନ୍ ସ୍ତରୀୟ କର୍ମୀ ସମାବେଶକୁ ସମ୍ବୋଧିତ ପୂର୍ବକ କୃଷି ଓ କୃଷକର ଉନ୍ନତି ନିମନ୍ତେ କଂଗ୍ରେସ ଦଳ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଶୁଭେନ୍ଦୁ ମହାନ୍ତି ଓ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଅବାହକ ସୁଧାଂଶୁ ଶେଖର ଦେଓ ଯୋଗଦେଇ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଦେଇଥିବା ଗ୍ୟାରେଣ୍ଟି ରେ ସ୍ଥାନ ପାଉଥିବା ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ ବୋଲି କହିଥିଲେ । ପ୍ରାରମ୍ଭିକ ସୂଚନା ଓ ସ୍ୱାଗତଭାଷଣ ଦେଇଥିଲେ ପ୍ରାକ୍ତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଶ୍ୱପ୍ରକାଶ ସାମଲ । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର କୁମାର ସାମଲ,ବିଳାସ ଚନ୍ଦ୍ର ବାରିକ, ଶେଖ ରିଆସତ ଅଲ୍ଲୀ, ଶେଖ୍ ମଜିଦ୍, ସମିତିସଭ୍ୟ ଧର୍ମଜିତ ବଳ ଓବିସି ସେଲ୍ର ଉପାଧ୍ୟକ୍ଷ ଶ୍ରୀକାନ୍ତ ମଲ୍ଲିକ ବଡଚଣା ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ସାହୁ, ବାଲିଚନ୍ଦ୍ରପୁର ପଞ୍ଚାୟତ କଂଗ୍ରେସ ସଭାପତି ରବିନ୍ଦ୍ର କୁମାର ରାଉତ, ବର୍ଷିୟାନ୍ କଂଗ୍ରେସ କର୍ମୀ ମାନଗୋବିନ୍ଦ ମହାନ୍ତି, ବଟକୃଷ୍ଣ ଦାସ, ଅଶୋକ ରାଉତ ପ୍ରମୁଖ ବହୁ ନେତୃ ମଣ୍ଡଳୀ ଯୋଗ ଦେଇ ବିଜେପି ବିଜେଡି ସରକାରକୁ ଗାଦି ଚ୍ୁ୍ୟତ ପୂର୍ବକ କଂଗ୍ରେସକୁ ଯୋଡ ହାତ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ବ୍ଲକ ଯୁବ କଂଗ୍ରେସ ସଭାପତି ଜୟପ୍ରକାଶ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।