ବିରଜା ବାହିନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଯାଜପୁର ଟାଉନ : ବିରଜା ବାହିନୀ ଯାଜପୁର ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଜନ୍ମ ସ୍ଥଳ ବ୍ରହ୍ମକୁଣ୍ଡ ସଫେଇ, ବିରଜା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ସମେତ ବିଭିନ୍ନ ସମସ୍ୟା ନେଇ ଜÿିଲାପାଳ ଅମ୍ବର କୁମାର କରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା । ରଥଯାତ୍ରା ପୂର୍ବରୁ ବିରଜା ମନ୍ଦିର ଓ ବ୍ରହ୍ମକୁଣ୍ଡର ଉନ୍ନତିକରଣ କାର୍ଯ୍ୟଶେଷ କରିବାକୁ ଜିଲାପାଳଙ୍କୁ ବିରଜା ବାହିନୀ ପକ୍ଷରୁ ସଭାପତି ସନ୍ତୋଷ ବେହେରାଙ୍କ ସହ ଗିରୀଶ ପ୍ରସାଦ ଦାସ, ବିଶ୍ୱଜିତ ବାରିକ, ସତ୍ୟବ୍ରତ ରଣା, ଅକ୍ଷୟ ସାହୁ ପ୍ରମୁଖ ନିବେଦନ କରିଥିଲେ । ଏହାସହ ଭକ୍ତଙ୍କ ଉଦେଶ୍ୟରେ ପ୍ରତ୍ୟେକ ମୁଖ୍ୟ ରାସ୍ତାରେ ଗେଟ ନିର୍ମାଣ, ବିରଜା ମନ୍ଦିର ନିକଟରେ ଥିବା ବ୍ରହ୍ମକୁଣ୍ଡ ସଫେଇ, ଅଠରନଳାର ପୂନ୍ନରୁଦ୍ଧାର ଓ ସଫେଇ କରିବା, ବିରଜା ମନ୍ଦିର ଭିତରେ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଆଗେଇ ନେବା, ଶ୍ରଦ୍ଧାଳୁଙ୍କ ଉଦେ୍ଦଶ୍ୟରେ ଶୌଚାଳୟ ଆଦି ଦାବି ରଖାଯାଇଥିଲା । ନେଇ ଯାଜପୁର ବିରଜା ବାହିନୀ ପକ୍ଷରୁ ଦାବି କରାଯାଇଛି ।