ପିମ୍ପୁଡ଼ିଆ ସ୍କୁଲର ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ

 ସୁକିନ୍ଦା: କୁହିକା ପ୍ରାଥମିକ ବିଦ୍ୟାଳୟରେ ନିପୂଣ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାର୍ବଜନୀନ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ହାସଲ କରିବା ଉଦେ୍ଦଶ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଶିକ୍ଷକମାନେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନର ଅନୁମୋଦିତ କୌଶଳକୁ ବ୍ୟବହାର କରି କୋମଳମତି ଶିଶୁ ମାନଙ୍କ ଶିକ୍ଷଣକୁ ଉନ୍ନତି କରିବା ଯୋଜନାର ମୂଳଲକ୍ଷ୍ୟ । ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ପ୍ରଧାନ ଅତିଥି ଭାବେ ଯୋଗଦେଇ ପିଲାମାନେ କିପରି ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପାଠ ପଢା କ୍ଷେତ୍ରରେ ବିଭିନ୍ନ କୌଶଳ ଖେଳ ପ୍ରଦର୍ଶନ କରାଯାଇଥିଲା । ଏହି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ମହାଗୀରୀ କ୍ଲଷ୍ଟର୍ ସିଆରସିସି ଅନୱାର ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରେମାଞ୍ଜଳି ନାୟକ, ରାସାଇ ମୁଣ୍ଡୁରୀ, ସିଆରସିସି ଝୁନାରାମ ନାୟକ, ଅଶୋକ ଚକ୍ର ଦାସ, ଶରତ ଖୁଣ୍ଟିଆ, ଅଜିତ କୁମାର ରଣା, ସଞ୍ଜୟ ସାମଲ, ବିରେନ୍ଦ୍ର ସାହୁ, ହିମାଂଶୁ ସ୍ୱାଇଁ, ପରିଚାଳନା କମିଟି ସଭାପତି ବନମାଳୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷୟିତ୍ରୀ ଦୁଲାରୀ ହାସଦା ଧନ୍ୟବାଦ୍ ଦେଇଥିଲେ ।