ନୂଆ ସରକାରଙ୍କ ବଡ଼ ଘୋଷଣା
mohan majhi

ଗୁରୁବାର ଖୋଲିବ ଶ୍ରୀମନ୍ଦିରର ଚାରିଦୁଆର
ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ପାଣ୍ଠି
ଆସିବ ସମୃଦ୍ଧ କୃଷକ ନୀତି
ଧାନ କୁଇଣ୍ଟାଇ ୩୧୦୦ ଟଙ୍କା
ଶହେଦିନରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା
ଭୁବନେଶ୍ୱର : ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । କ୍ୟାବିନେଟ ବୈଠକରେ ୪ଟି ବଡ଼ ନିଷ୍ପତ୍ତି ନିଆଯାଇଛି । ସେଗୁଡ଼ିକ ହେଉଛି; ଗୁରୁବାର ଖୋଲିବ ଶ୍ରୀମନ୍ଦିରର ଚାରିଦୁଆର, ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ପାଣ୍ଠି, ଆସିବ ସମୃଦ୍ଧ କୃଷକ ନୀତି, ଧାନ କୁଇଣ୍ଟାଇ ୩୧୦୦ ଟଙ୍କା, ଶହେଦିନରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା