ପୌରସଂସ୍ଥାରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

 କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରସଂସ୍ଥାର ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା ବୈଠକରେ ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇଥିଲେ । ବିଧାୟକଙ୍କ ନିଜସ୍ୱ ପାଣ୍ଠି ଦ୍ୱାରା ପ୍ରକଳ୍ପଗୁଡିକୁ ତୁରନ୍ତ ସାରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ପୌରସଂସ୍ଥା ରେ ନିଯୁକ୍ତ ଥିବା ୩ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ୭ଟି ଲେଖାଏଁ ୱାର୍ଡର ଦାୟିତ୍ୱ ଦିଆଯାଇ ୱାର୍ଡରେ ଚାଲିଥିବା କାର୍ଯ୍ୟଗୁଡିକୁ ଯୁଦ୍ଧ କାଳୀନ ଭିତିରେ ସାରିବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ସହିତ ଦୀର୍ଘ ୧ ବର୍ଷରୁ ଉଦ୍ଧ୍ୱର୍ ହେବ ଯେଉଁ ଠିକାଦାର ମାନେ ପ୍ରକଳ୍ପ ଗୁଡିକୁ କରୁ ନାହାଁନ୍ତି, ସେମାନଙ୍କର କାର୍ଯ୍ୟକୁ ରଦ୍ଦ କରି ପୁନଃ ଟେଣ୍ଡର କରିବା ପାଇଁ ନିଷ୍ପତି ନିଆଯାଇଛି । ପୌରାଞ୍ଚଳର ରାସ୍ତା, ଡ୍ରେନ୍, ଆଲୋକୀକରଣ ଓ ନୂତନ ଅଫିସ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ୍ୱ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆୟୋଜିତ ଏହି ବୈଠକରେ ପୈାର ଅଧ୍ୟକ୍ଷା ସରିତା ସାହୁ, ଉପଧ୍ୟକ୍ଷା ଆକବରୀ ଖାତୁନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ଏମଇ ବିଜୟ କେତନ ମହାପାତ୍ର, କାଉନସିଲର ନିରକାର ସ୍ୱାଇଁ, ସେକ ଅସଲମ, ଉମେଶ ଚନ୍ଦ୍ର ନାୟକ, ସୁକୁମାର ଚୈାଧୁରୀ, ଫରଜନା ବେଗମ, ରଂଜିତା ସିଂହ ପ୍ରମୁଖଙ୍କ ସହ ପୈାରସଂସ୍ଥାର ସମସ୍ତ କାଉନସିଲର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।