ସାମୂହିକ ଦୀପ ଦାନ

କେନ୍ଦ୍ରାପଡ଼ା : ପର୍ଯ୍ୟଟନସ୍ଥଳୀ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ବର୍ବରତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶ ଏକ ପ୍ରକାର ସ୍ତବ୍ଧ ପାଲଟିଯାଇଛି । ଯେପରି ଭାବରେ ଆତଙ୍କବାଦୀ ମାନେ ପର୍ଯ୍ୟଟକଙ୍କ ପରିଚୟ ପଚାରି ହତ୍ୟା କରିଥିବା ବେଳେ, ଅନେକ ଗୁରୁତ୍ତର ରହିଛନ୍ତି । ସେହି ଘଟଣାକୁ ନେଇ ସାରା ଦେଶ ନିନ୍ଦା କରୁଛି । ଏଭଳି ସମୟରେ ଏହି ଘଟଣାକୁ ନିନ୍ଦା କରିବା ସହିତ ମୃତକଙ୍କ ଆତ୍ମାର ସଦ୍ଗତି କାମନା କରି ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ବିଦ୍ୟା ଭାରତୀ ପୁର୍ବ ଛାତ୍ର ପରିଷଦ ତରଫରୁ ସାମୂହିକ ଦୀପ ଦାନ କରାଯାଇଛି । ବଳରାମ କର, ଚନ୍ଦ୍ର କର, ଅଶୋକ ସୁଆର, ନିରଞ୍ଜନ ସୁଆର, ଗୋପୀନାଥ ତ୍ରିପାଠୀ, ସମ୍ପାଦକ ବିରେନ୍ଦ୍ର ସାମଲ, ରଶ୍ମି ରଞ୍ଜନ ଦାସ, ମନୋରଞ୍ଜନ ସ୍ୱାଇଁ, ଅଭିଷେକ କର, ଯାୟେଶ ନନ୍ଦ, ଆଦ୍ୟାସା ପରିଡା, ଶ୍ରୀକାନ୍ତ କର, ସତ୍ୟବାଦୀ କର, କରନ ସାମଲ, ବାଗ୍ମୀ ବିଶ୍ୱଜିତ ବାରିକ, କ୍ଷୀତିସ କୁମାର କର ଉପସ୍ଥିତ ଥିଲେ । ଅଭିଷେକ କର ଙ୍କ ସଂଯୋଜନା ରେ ଏହି କାର୍ଯ କରାଯାଇଥିଲ ।