କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ଜୟନ୍ତୀ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଅର୍ବାନବ୍ୟାଙ୍କ ନିକଟରେ ଥିବା ଉକôଳ ଭାରତୀ ଡାକ୍ତର କୁନ୍ତଳା କୁମାରୀ ସାବତଙ୍କ ୧୨୯ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । କୁନ୍ତଳା କୁମାରୀ ସାବତ ପ୍ରତିଷ୍ଠା ସମିତିର ସଭାପତି ଆଇନଜୀବୀ କୁଞ୍ଜବିହାରୀ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ହେମନ୍ତ କୁମାର ଜେନା, ଉପସ୍ଥାପୀକା ମଞ୍ଜୁଶ୍ରୀ ବରାଳ ମୂଖ୍ୟ ଅତିଥୀ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ ଓ ମୂଖ୍ୟ ବକ୍ତା ପ୍ରାଧ୍ୟାପକ ତଥା ଗବେଷକ ଡକ୍ଟର ସର୍ବ?ଶ୍ୱର ସେଣ, ସମ୍ମାନୀୟ ଅତିଥୀ ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ସରୀତା ସାହୁ ଏବଂ ଆଇନଜୀବୀ ଶାନ୍ତି ସ୍ୱରୂପ ଭୂୟାଁ ପ୍ରମୁଖ ଯୋଗଦେଇ ଥିଲେ । ସ୍ୱାଧୀନତା ସଂଗ୍ରୀମୀ, ପ୍ରଥମ ମହିଳା ଡାକ୍ତର ଓ ଖାଲି ଓଡିଶା ନୁହେଁ ସମଗ୍ର ଭାରତ ବର୍ଷର ଜଣେ ମହିୟସୀ ମହିଳା ଭାବେ ସୁପରିଚିତ ଓ କ୍ଷାତି ଅର୍ଜନ କରିଥିବା ସେହି ନାରୀ କବି କୁନ୍ତଳା ସାବତଙ୍କ ଜୀବନାଦର୍ଶ ସମ୍ପର୍କରେ ମଞ୍ଚାସୀନ ଅତିଥିମାନେ ବିଭିନ୍ନ ଆଲୋଚନା କରିଥିଲେ । ଅତିଥୀମାନଙ୍କ ମଧ୍ୟରେ ଶୈଳଶ୍ରୀ ନାରାୟଣ ସାମଲ, ଜ୍ୟୋସ୍ନାରାଣୀ ସୁତାର, ବୀଜୟ ବିଶ୍ୱାଳ, ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ସୁଭାଂଶୁ ଦାସ, ଶିକ୍ଷକ ଶ୍ରୀଧର ଭୋଳ, ଗାଳ୍ପିକ ଅବନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କୁନ୍ତଳା କୁମାରୀଙ୍କ ନାତୁଣୀ ଦେବସ୍ମିତା ପରିଡା ଧନ୍ୟବାଦ ଦେଇଥିଲେ ।