ଟିପିଏନଓଡିଏଲ ଉପଭୋକ୍ତାଙ୍କ ସ୍ୱାର୍ଥ ଆଗ
ଯାଜପୁର,: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପିଏନଓଡିଏଲ ବିଦୁ୍ୟତ ଆବଣ୍ଟନର ଦାୟିତ୍ୱ ନେଇ ମାତ୍ର କେଇ ବର୍ଷ ମଧ୍ୟରେ ଉତର ଓଡ଼ିଶାରେ ବିଦୁ୍ୟତ ସଂସ୍କାର କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାର ବିଦୁ୍ୟତ ଆବଣ୍ଟନ ଦାୟିତ୍ୱ ନେଇଥିବା ଟିପିଏନଓଡିଏଲ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ସାଙ୍ଗକୁ ଉତମ ସେବା ଓ ନିରାପତା ପ୍ରଦାନ କ୍ଷେତ୍ରରେ ଆଶାତୀତ ସଂସ୍କାର ଆସିଥିବା ପରିଲକ୍ଷିତ ହୋଇଛି । କର୍ତ୍ତବ୍ୟରକତ କର୍ମଚାରୀଙ୍କ ଯୋଗୁ ବିଦୁ୍ୟତ ଯୋଗାଣ କ୍ଷେତ୍ରରେ ସମଗ୍ର ଉତର ଓଡ଼ିଶାରେ ବେଶ ସୁଧାର ଆସିଥିବା ପରିଲକ୍ଷିତ ହୋଇଛି । ବିଶେଷତଃ ଅତ୍ୟାଧୁନିକ ଓ ବୈଷୟିକ ଜ୍ଞାନକୌଶଳ ବିତରଣ କ୍ଷେତ୍ରରେ ସଂସ୍କାରକୁ ଅଧିକ ସଂଗଠିତ କରିଛି । ଅତ୍ୟାଧୁନିକ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର(ପିଏସସିସି) ‘ସ୍କାଡା’ ଦ୍ୱାରା ୧୧ କେଭିଏ ଓ ୩୩ କେଭିଏ ଗ୍ରୀଡଗୁଡିକ ସଞ୍ଚାଳିତ ହେଉଥିବାବେଳେ ବିତରଣ ବ୍ୟବସ୍ଥାକୁ ଆଧୁନିକରଣ କରାଯିବା ସହ ବୈଷୟିକ ତ୍ରୁଟି ସଜାଡିବା ପ୍ରକ୍ରିୟା ସହଜ ଓ ସରଳ ହୋଇଛି । କେବଲ ଫଲ୍ଟ ଲୋକେଟର, ଅଟୋ ରିକ୍ଲୋଜର, ଟ୍ରଲି ମାଉଣ୍ଟେଡ ଡିଟିଆର, ଭୂତଳ କେବଲ ବ୍ୟବସ୍ଥା, ଡ୍ରୋନ ବେସ ଥର୍ମୋଗ୍ରାଫି ଆଦି ନୂତନ ଅତ୍ୟାଧୁନିକ ବ୍ୟବସ୍ଥା ଗୁଣାତ୍ମକ ବିଦୁ୍ୟତ ସେବା ବିତରଣକୁ ସୁନିଶ୍ଚିତ କରିଛି । ସେହିଭଳି ବିଦୁ୍ୟତ ଉପଭୋକ୍ତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିବାବେଳେ ଅଘୋଷିତ ବିଦୁ୍ୟତ କାଟ ଓ ଲୋ-ଲୋଇଟେଜର ସ୍ଥିତିରେ ସୁଧାର ଅଣାଯାଇଛି । ଉପଭୋକ୍ତାଙ୍କ ସଂଖ୍ୟା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟ୍ରାନ୍ସଫର୍ମର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଉଲ୍ଲେଖନୀୟ ବିଷୟ ହେଲା, ପୂର୍ବରୁ ବିପଦଜନକ ସ୍ଥିତିରେ ଥିବା ବିଦୁ୍ୟତ ସବ-ଷ୍ଟେସନ ଓ ଟ୍ରାନ୍ସଫର୍ମର ଗୁଡ଼ିକର ଏବେ ରୂପାନ୍ତରଣ ହୋଇଛି । ଗୃହପାଳିତ ପଶୁପକ୍ଷୀଙ୍କ ସମେତ ପିଲାଛୁଆ କେହି ଯେମିତି ଏହାର ସଂସ୍ପର୍ଶରେ ନ ଆସିବେ, ସେଥିପାଇଁ ପ୍ରତ୍ୟେକ ଟ୍ରାନ୍ସଫର୍ମରକୁ ପକ୍କା ପ୍ରାଚୀର କିମ୍ବା ଶକ୍ତ ତାର ଜାଲି ଦ୍ୱାରା ଆବଦ୍ଧ କରାଯାଇଛି । ୧୧ କେଭିଠାରୁ ଆରମ୍ଭ କରି ଏଲଟି ତଥା ୩୩ କେଭି ପର୍ଯ୍ୟନ୍ତ ବିଦୁ୍ୟତ ତାର ଓ ଖୁଣ୍ଟଗୁଡ଼ିକ ଆଦି ଭିତିଭୂମି କ୍ରମଶଃ ସଶକ୍ତ ହେବାରେ ଲାଗିଛି । ସେହିଭଳି ଖୁଣ୍ଟ ଗୁଡ଼ିକ ମୂଳକୁ କଂକ୍ରିଟ କରାଯାଇଛି । ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରୁଛନ୍ତି । ଏବେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଦୁ୍ୟତ ତାର ଓହଳି ପଡିନି କି ଗଛର ଡାଳ ପଡ଼ି ଫ୍ୟୁଜ ଯାଉନି । ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ଟ୍ରାନ୍ସଫର୍ମର ସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଦୁ୍ୟତ ଷ୍ଟ୍ରକଚର ମଧ୍ୟ ବୃଦ୍ଧି ହୋଇଛି । ଅନୁରୂପ ଭାବେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି, ବିଭିନ୍ନ କାର୍ଯ୍ୟ ପାଇଁ କିଛି ଠିକା ସଂସ୍ଥାକୁ ନିୟୋଜନ କରାଇଥିବା ବେଳେ କର୍ମଚାରୀ ଓ କ୍ଷେତ୍ର ଶ୍ରମିକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ସମସ୍ତ କର୍ମଚାରୀ ଓ ଶ୍ରମିକଙ୍କୁ ନିରାପତା ଉପକରଣ ଯୋଗାଇ ଦିଆଯାଉଛି । ସମସ୍ତଙ୍କୁ ସ୍ୱତନ୍ତ୍ର ଶିବିର ଦ୍ୱାରା ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଫଳରେ ଏବେ ଦୁର୍ଘଟଣା ହ୍ରାସ ପାଇଛି । ବୈଷୟିକ ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ୱାରା ସମସ୍ତ ବିଦୁ୍ୟତ ବିତରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି । ସଂସ୍ଥାର ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା ଓ ସହଯୋଗୀ ମନୋଭାବ ଏବଂ ଜନସାଧାରଣଙ୍କ ସହଯୋଗରୁ ବାଲେଶ୍ୱର ସମେତ ସମଗ୍ର ଉତ୍ତର ଓଡ଼ିଶାରେ ବିଦୁ୍ୟତ ଯୋଗାଣ କ୍ଷେତ୍ରରେ ଏହି ସଂସ୍କାର ଓ ସଫଳତା ସମ୍ଭବ ହୋଇଛି ବୋଲି ଟିପିଏନଓଡିଏଲ ପକ୍ଷରୁ କୁହାଯାଇଛି ।