ଆବର୍ଜନା ପରିପୂର୍ଣ୍ଣ ଦାନଗଦୀ ହାଟ ଦୁର୍ଗନ୍ଧରେ ଫାଟି ପଡୁଛି ନାକ
ଦାନଗଦୀ,: ତ୍ରିଜଙ୍ଗା ପଞ୍ଚାୟତ ତଥା ଦାନଗଦୀ ବ୍ଲକ ବଜାର ରାଜପଥ ପାର୍ଶ୍ୱରେ ଅବସ୍ଥିତ ଦାନଗଦୀ ହାଟ । ଏହି ହାଟଟି ବହୁତ ପୁରାତନ । ବହୁକାଳରୁ ଆଖପାଖ ତଥା ଦାନଗଦୀ ବ୍ଲକର ବହୁତ ଚାଷୀ, ନଈକୂଳ ଚାଷୀ ଆସି ପରିବା ବିକନ୍ତି । ଏ ହାଟଟି ପ୍ରତି ସପ୍ତାହର ସୋମବାର ଓ ଶୁକ୍ରବାର ବସେ । ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହୃତ ଜିନିଷ, ପରିବା, ଖାଦ୍ୟ ସାମଗ୍ରୀ ସବୁ ମିଳେ । ଦୁଃଖର କଥା ସବୁ ବିକାଶ ପଥରେ ଏହା ନିଲାମ ହେଉଛି । ରାଜସ୍ୱ ଆଦାୟ ହେଉଛି, ହେଲେ ହାଟକୁ ସ୍ୱଚ୍ଛତା ରଖାଯାଉନି । ଶିଳ୍ପାଞ୍ଚଳ ହେବା ପରେ ବହୁତ ବାହାର ଲୋକ ପ୍ରତେକ ହାଟ ପାଳିରେ ନାହିଁ ନ ଥିବା ଭିଡ଼ ଜମାଉଛନ୍ତି । କିନ୍ତୁ ଏହାର ପରିମଳ ଅବସ୍ଥା ଶୋଚନୀୟ । ହାଟ ସଫେଇ ହେଉନାହିଁ, ଯୁଆଡେ ଦେଖିବ କୁଢ଼ କୁଢ଼ ଅଳିଆ । ପଚା ଦୁର୍ଗନ୍ଧମୟ ପିରିବେଶ । ଡ୍ରେନ ତ ଅଧା ଅବସ୍ଥାରେ ଖୋଲା । ନର୍ଦମା ପାଣିକୁ ମାଛି ଭଣ ଭଣ ।ଲୋକ ନାକ ଟେକୁଛନ୍ତି । ସରକାର ପରିଷ୍କାର, ସ୍ୱଚ୍ଛତା ପାଇଁ, ପରିବେଶ ସୁରକ୍ଷା ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି,ସଚେତନତା କରୁଛନ୍ତି, କିନ୍ତୁ ବ୍ଲକ ଅଫିସ ନାକ ତଳର ହାଟ ଅବସ୍ଥା ଶୋଚନୀୟ । ଲକ୍ଷ ଲକ୍ଷ ଟଙ୍କା ର ନିଲାମ ହେଉଛି ପୁରାତନ ହାଟଟି ହେଲେ ପରିବେଶ ପ୍ରତି କେହିଧ୍ୟାନ ଦେଉ ନାହାନ୍ତି । ପାଣି ବ୍ୟବସ୍ତା ଜଣଙ୍କ କବଜରେ । ବେପାରୀ ମାନଙ୍କ ପାଇଁ କି ଗ୍ରାହକ ମାନଙ୍କ ପାଇଁ କିଛି ସୁବିଧା ନାହିଁ । ନାନା ସମସ୍ୟା ଭିତରେ ଥିବା ଏହି ପୁରାତନ ହାଟଟି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।