କୃତି ପ୍ରତିଭା ସମ୍ବର୍ଦ୍ଧିତ
ବ୍ରହ୍ମବରଦା:ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ଢିଅସାହି ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନ ଉକôଳ ଗୌରବ ସେବା ସଂସଦର ରୌପ୍ୟ ଜୟନ୍ତୀ ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମବରଦା ପଞ୍ଚାୟତର ବାସିନ୍ଦା ସେକ ନୁରୁଲ ହକ ଓ ରହିଲା ସୁଆବଙ୍କ ପୁଅ ମହମ୍ମଦ ନଜିଫ ହାତିଫଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସଂସଦର ସଭାପତି ଜିତେନ୍ଦ୍ର ପ୍ରସାଦ ସାହୁ ଓ ଉପସଭାପତି ନିତ୍ୟାନନ୍ଦ ରାଉତ ହାତିଫଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଏପରି ଭବ୍ୟ ସମ୍ବର୍ଦ୍ଧନା ନିମନ୍ତେ ହାତିଫ ଉକôଳ ଗୌରବ ସେବା ସଂସଦର ପୂର୍ବତନ ସଭାପତି ପ୍ରଦୀପ ଦାସ, ଉପଦେଷ୍ଟା ରାକେଶ ଦେଓଙ୍କ ସମେତ ସଂସଦର ସମସ୍ତ ସଭ୍ୟ ଓ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଅନୁଯାୟୀ କି ହାତିଫ ଚଳିତ ବର୍ଷ ୨୦୨୪ରେ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୨୫ ନଂ ରାଙ୍କିଙ୍ଗରେ ସଫଳତାର ସହ କୃତିତ୍ୱ ଅର୍ଜନ କରି ସମଗ୍ର ଅଭିଭକ୍ତ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳ ପାଇଁ ଗୌରବ ଆଣିଥିଲେ । ଏଥି ସହିତ ୨୦୨୪ର ରଜ କୁଇନ ବିଜେତା ସାଇ ସନ୍ତୋଷୀନୀଙ୍କୁ ମଧ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।